Below header

ନିଜସ୍ୱ ଉଦ୍ୟମରେ କାଠ ପୋଲ ତିଆରି କଲେ ଗାଁଲୋକ

ନିଜସ୍ୱ ଉଦ୍ୟମରେ କାଠ ପୋଲ ତିଆରି କଲେ ଗାଁଲୋକ । ଅନୁଗୁଳ ଜିଲ୍ଳା ପାଳଲହଡା ବ୍ଳକ ଇଶ୍ୱରନଗର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ଅଞ୍ଚଳ ବରହାକୁଦର ଗାଁରେ ପହଞ୍ଚିପାରିନି କୌଣସି ସରକାରୀ ଯୋଜନା । ଏହି ଗାଁକୁ ଯିବାଆସିବା ପାଇଁ ରାସ୍ତା ନଥିଲା । ତେଣୁ ବାଧ୍ୟ ହୋଇ ଲୋକ ନଦୀ ପାର ହୋଇ ଯିବାକୁ ପଡେ । ଏନେଇ ଦୀର୍ଘବର୍ଷ ହେବ ପ୍ରଶାସନ ପାଖରେ ଦାବି ରଖିଥିଲେ ଗ୍ରାମବାସୀ । ହେଲେ କୌଣସି ସୁଫଳ ମିଳିଲାନାହିଁ । ତେଣୁ ଗାଁ ଲୋକ ନିଜେ ଟଙ୍କା ଖର୍ଚ୍ଚ କରି ଏହି କାଠ ପୋଲ ତିଆରି କରିଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.