‘ଦି ଆକସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ନିର୍ଦ୍ଦେଶକ ଗିରଫ

ଜିଏସ୍‌ଟି ଠକେଇ ଅଭିଯୋଗରେ ଫସିଲେ ଫିଲ୍ମ ନିର୍ଦ୍ଦେଶକ । ଅପକମିଂ ବଲିଉଡ୍‌ ଫିଲ୍ମ ‘ଦି ଆକସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ନିର୍ଦ୍ଦେଶକ ବିଜୟ ରତ୍ନାକର ଗୁଟ୍ଟେ ଗିରଫ ହୋଇଛନ୍ତି । ମୁମ୍ବାଇରୁ ତାଙ୍କୁ ବାନ୍ଧିଛି ଦ୍ରବ୍ୟ ଓ ସେବା କର ଗୁଇନ୍ଦା ନିର୍ଦ୍ଦେଶାଳୟ । ତାଙ୍କ ନାଁରେ ରହିଛି ୩୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ । ବିଜୟ ରତ୍ନାକର ଗୁଟ୍ଟେଙ୍କ କମ୍ପାନୀ ଭିଆର୍‌ଜି ଡିଜିଟାଲ୍‌ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାଁରେ ଏହି ଠକେଇ ଅଭିଯୋଗ ଆସିଛି । ଆନିମେସନ୍‌ ଓ ମ୍ୟାନ୍‌ ପାଓ୍ଵାର ପାଇଁ ତାଙ୍କ କମ୍ପାନୀ ୩୪ କୋଟି ଟଙ୍କାର ନକଲି ଇନଭଏସ୍‌ ନେଇଥିଲେ । ହୋରାଇଜନ୍‌ ଆଉଟ୍‌ସୋର୍ସ ସଲ୍ୟୁସନ୍‌ ନାମକ ଏକ କମ୍ପାନୀଠାରୁ ହାତେଇଥିଲେ । ଏହି କମ୍ପାନୀ ନାଁରେ ୧୭୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ବି ରହିଛି । ଗିରଫ ପରେ ବିଜୟ ରତ୍ନାକର ଗୁଟ୍ଟେଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌କୁ ପଠାଅ ଦିଆଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ନିର୍ମାଣ ହେଉଛି ଫିଲ୍ମ ଦି ଆକସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ । ଲିଡ୍‌ ରୋଲରେ ଅଛନ୍ତି ଅନୁପମ ଖେର ଓ ଅକ୍ଷୟ ଖାନ୍ନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.