Below header

କେବଳ ଖାଦ୍ଯର ସ୍ବାଦ ବଢାଇବା ପାଇଁ ନୁହେଁ ଏହି ସବୁ କାମ ପାଇଁ ବ୍ଯବହାର କରନ୍ତୁ ଟମାଟୋ କେଚଅପ୍ !

କେଚପ୍ ତିଆରି କରିଥିବା ଲୋକକୁ ମାନିବାକୁ ପଡିବ । ଗରମ ଗରମ ପକୋଡି ହେଉ କି କୌଣସି ଚଟପଟି ଖାଇବା ଟମାଟୋ କେଚପ୍ ବିନା ସ୍ବାଦ ଫିକା ହୋଇଥାଏ । କିନ୍ତୁ ଏମିତି ନୁହେଁକି କେଚପ୍ କେବଳ ଖାଇବା କାମରେ ବ୍ୟବହାର କରାଯାଇଥାଏ । ଖାଇବା ଛଡା ମଧ୍ୟ କେଚପକୁ ଅନ୍ୟ କାମରେ ବ୍ୟବହାର କରାଯାଇ ପାରିବ । ତ’ ଆସନ୍ତୁ ଆପଣଙ୍କୁ ଜଣାଇବୁ କେଚପର ଅନ୍ୟ ବ୍ୟବହାର ବିଷୟରେ-

ଫେସିଆଲ୍ : କ’ଣ ଆପଣ କେବେ କେଚପକୁ ଆପଣଙ୍କ ଫେସରେ ଳଗାଇଛନ୍ତି । ଏହା ଭିତରେ ଥିବା ଲିକୋପେନ୍ ଏବଂ ଭିଟାମିନ୍ ଏ, ସି ଓ କେ ସୂର୍ୟ୍ୟଙ୍କର ତେଜ କିରଣରୁ ତ୍ବଚାରେ ହେଉଥିବା କ୍ଷତିକୁ ଠିକ୍ କରିଥାଏ ।

ମଲମ : ଯଦି କୌଣସି ପୋକ ଆପଣଙ୍କୁ କାମୁଡି ଦିଏ ଏବଂ ଆପଣଙ୍କ ପାଖରେ କିଛିବି ମେଡିସିନ୍ ନାହିଁ ତେବେ ତୁରନ୍ତୁ ଆରମ୍ ପାଇବା ପାଇଁ ଆପଣ କେଚପର ବ୍ୟବହାର କରନ୍ତୁ ।

ସଫା : ବାସନ କିମ୍ବା କାର୍ ପାଇଁ କେଚପ୍ ବହୁତ ଉପକାରି । ଏହା ଦ୍ବାରା ମେଟାଲରେ ଲାଗିଥିବା ଜଙ୍ଗକୁ ମଧ୍ୟ ସଫା କରିହେବ । କାରକୁ କେଚପରେ ସଫା କରିସାରିବା ପରେ ସାବୁନ କିମ୍ବା ସର୍ଫରେ ଧୋଇ ଦିଅନ୍ତୁ ଏହା ଦ୍ବାରା କାରର ଚମକ ବଢିଥାଏ । ପାଇଖାନା ସଫାରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ରକ୍ତ : ଖେଳ ଖେଳରେ ମଧ୍ୟ ଆପଣ ଏହାକୁ ରକ୍ତ ପାଇଁ ବ୍ୟବହାର କରାଯାଇଥାଏ । ଅନେକ ନାଟକ ଏବଂ ସିନେମାରେ କେଚପକୁ ରକ୍ତ ଆକାରରେ ବ୍ୟବହାର କହାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.