Below header

ଆଳି: ଖରସ୍ରୋତା ନଦୀରେ ଭାସିଗଲା କାଠ ପୋଲ, ପଦନିପାଳ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

ଆଳି (କେ ନ୍ୟୁଜ୍‌): ୟସ ର ପ୍ରଭାବରେ ଲଗାତାର ଦୁଇ ଦିନ ଧରି ବର୍ଷା ହେବା ଫଳରେ ଛୋଟ ଛୋଟ ନାଳରେ ପାଣି ବଢିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ ପଦନିପାଳ ପଞ୍ଚାୟତ ନିକଟରେ ନଦୀରେ ବନ୍ୟା ପାଣି ଆସିଛି । ତେଣୁ ଏହା ଉପରେ ଥିବା କାଠ ପୋଲଟି ଭାସିଯାଇଛି ।
ଯାହାଫଳରେ ତିନଟି ଗାଁର ଲୋକଙ୍କର ଯିବା ଆସିବା ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ଲୋକେ ନାହିଁ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାଠ ପୋଲ ହିଁ ସେମାନଙ୍କର ଏକମାତ୍ର ଯାତାୟତର ମାଧ୍ୟମ ଥିଲା। କାଠ ପୋଲଟି ଭାସିଯିବା ଫଳରେ ପଦନିପାଳ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଛି । ସୂଚନା ଥାଉ କି ଏହି ପଞ୍ଚାୟତଟି ଦୁଇ ନଦୀ ବୈତରଣୀ ଓ ଖରସ୍ରୋତା ମୁହାଁଣରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.