Below header

ଭାରତୀୟ ବାୟୁସେନାରେ ଖାଲି ଅଛି ୩୦୬ଟି ପଦ, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ବାୟୁସେନା ବା ଆଇଏଏଫରେ ଚାକିରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ପ୍ରକୃତରେ ଆଇଏଏଫ ନିଜ ଅଫିସିଆଲ ୱେବସାଇଟରେ “ବାୟୁସେନା ସଂଯୁକ୍ତ ପ୍ରବେଶ ପରୀକ୍ଷା- ୨୦୨୧” ପାଇଁ ଅଧିସୂଚନା ଜାରି କରାଯାଇଛି । ଏହି ପରୀକ୍ଷା ଜରିଆରେ ଗ୍ରାଉଣ୍ଡ ଡ୍ୟୁଟି ସମେତ ୩୩୪ ଟି ପୋଷ୍ଟ ପାଇଁ ଆବେଦକ ମାନଙ୍କର ଚୟନ କରାଯିବ । ପରୀକ୍ଷା ପରେ ଚୟନ କରାଯାଇଥିବା ପ୍ରାର୍ଥୀ ମାନଙ୍କୁ ଫ୍ଲାଇଙ୍ଗ ବ୍ରାଞ୍ଚ, ଗ୍ରାଉଣ୍ଡ ଡ୍ୟୁଟି, ଟେକ୍ନିକାଲ କ୍ଷେତ୍ରରେ କମିଶନ ଅଫିସର ଭାବରେ ନିଯୁକ୍ତ କରାଯିବ । ଇଛୁକ ଥିବା ପ୍ରାର୍ଥୀ ମାନେ ଆରବିଆଇର ଅଫିସିଆଲ ୱେବସାଇଟକୁ ଯାଇ ଅଧିକ ତଥ୍ୟ ପାଇପାରିବେ । କହିରଖୁଛୁକି ଏଥିପାଇଁ ଆବେଦନ ପ୍ରକ୍ରିୟା ଜୁନ ୧ ତାରିଖରୁ ଆରମ୍ଭ ହୋଇ ୩୦
ତାରିଖ ପର୍ଯ୍ୟନ୍ତ ଚାଲିବ ।

ଜାଣି ରଖନ୍ତୁ କିଛି ବିସ୍ତୃତ ତଥ୍ୟ:

– ଏଏଫସିଏଟି ପ୍ରବେଶ- ୩୦୬ ପଦ

– ଏନସିସି ସ୍ପେଶାଲ ଏଣ୍ଟ୍ରି

indian air force

– ମେଟ୍ରୋଲୋଜି- ୨୮ ଟି ପଦ

– ୨୦୨୨ ଜୁଲାଇ ପହିଲା ସୁଦ୍ଧା ଆଶାୟୀଙ୍କ ବୟସ ସୀମା ୨୦ ରୁ କମ ନହୋଇଥିବା ଆବଶ୍ୟକ । ଫ୍ଲାଇଙ୍ଗ ବ୍ରାଞ୍ଚ, ଗ୍ରାଉଣ୍ଡ ଡ୍ୟୁଟି ପାଇଁ ଆୟୁସୀମା ୨୪
ବର୍ଷରୁ ୨୬ ବର୍ଷ ରଖାଯାଇଛି ।

– ଚୟନ ପ୍ରକ୍ରିୟା ଅନଲାଇନ ଓ ଶାରୀରିକ ଦକ୍ଷତା ଆଧାରରେ କରାଯିବ ।

– ସାଲାରୀ- ପଦଧାରୀଙ୍କ ବେତନ ପ୍ରତିମାସ ୫୬ ହଜାର ୧୦୦ ଟଙ୍କାରୁ ୧ ଲକ୍ଷ ୧୦ ହଜାର ୭୦୦ ଟଙ୍କା ରଖାଯାଇଛି ।

ଆବେଦନ ଫିସ- ଏଏଫସିଏଟି ପାଇଁ ଆବେଦନ ଫିସ ୨୫୦ ଟଙ୍କା ରଖାଯାଇଛି । କିନ୍ତୁ ଏନସିସି ସ୍ପେଶାଲ ଏଣ୍ଟ୍ରି ଓ ମେଟ୍ରୋଲୋକୀ ପାଇଁ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.