ଅନେକ ଥର ବିଫଳ ହେଲା, ତଥାପି ଛାଡ଼ିଲାନି ଜିଦ୍; ଶେଷରେ ବିନା ସାହାଯ୍ୟରେ ଖୁଣ୍ଟରେ ଚଢ଼ିଗଲା ୭ ବର୍ଷର ଝିଅ, ଦେଖନ୍ତୁ ଭିଡିଓ

କୁନି କୁନି ପିଲାମାନେ ବେଳେ ବେଳେ ଏମିତି କାମ କରନ୍ତି ଯାହା ଘରର ବଡ଼ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେଭଳି ଏକ ଛୋଟ ଝିଅର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଝିଅଟି ବିନା କୌଣସି ସାହାଯ୍ୟରେ ଖୁଣ୍ଟରେ ଚଢ଼ୁଥିବା ଦେଖିବାକୁ ମିଳିଛି, ଯାହା ଦେଖି ଲୋକେ ବି ଚକିତ ହୋଇଯାଇଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ଝିଅଟି ହେଉଛି ୭ ବର୍ଷର ଫୁଟବଲର ଅରତ ହୋସେନି। ତେବେ ଅରତ ଏଭଳି ପ୍ରଥମ ଥର କରୁନି। ପୂର୍ବରୁ ମଧ୍ୟ ସେ ବାପାଙ୍କ ସହ ବ୍ୟାୟାମ ଓ ଷ୍ଟଣ୍ଟ କରି ଚର୍ଚ୍ଚାକୁ ଆସିଥିଲା।

ଅରତର ଏହି ଖୁଣ୍ଟ ଉପରକୁ ଚଢ଼ିବା ଭିଡିଓକୁ Dr. M V Rao, IAS ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓ ସେୟାର କରି IAS ଅଫିସର ଲେଖିଛନ୍ତି ଏହି ଛୁଆଟି ମୋ ଗୁରୁ। ଭିଡିଓରେ ଦେଖାଯାଇଛି ଯେ ଛୁଆଟି ଏକ ପିଲର ଚଢ଼ିବାକୁ ବହୁବାର ଚେଷ୍ଟା କରୁଛି। ପ୍ରଥମେ ତ ସେ ଅସଫଳ ହେଉଛି। କିନ୍ତୁ ବାରମ୍ବାର ଚେଷ୍ଟା କରିବା ପରେ ସେ ଖୁଣ୍ଟ ଉପରେ ଆରାମରେ ଚଢ଼ିଯାଉଛି ଓ ଓହ୍ଲାଉଛି ମଧ୍ୟ। ଏବେ ଯାଏଁ ଏହି ଭିଡିଓକୁ ୧.୨ ଲକ୍ଷ ଲୋକ ଦେଖି ସାରିଲେଣି। ଲୋକମାନେ ପିଲାଟିର ଟ୍ୟାଲେଣ୍ଟକୁ ଖୁବ ପ୍ରଶଂସା ବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.