୧୧ କେଭି ଲାଇନ ମରାମତି କାର୍ଯ୍ୟ ବେଳେ ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀ ଗୁରୁତର

ହିଞ୍ଜିଳିକାଟୁ(କେନ୍ୟୁଜ୍): ବିଦ୍ୟୁତ୍ ତାର ସଜାଡ଼ିବା ବେଳେ ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀ ଗୁରୁତର। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଧୋବାଡି ପାଟପୁର ଓ ଶିଖରପୁର ରାସ୍ତା ମଧ୍ୟରେ ୧୧ କେଭି ଲାଇନ ମରାମତି କାର୍ଯ୍ୟ କରୁଥିବା ବେଳେ ଝାଡ଼ଖଣ୍ଡ ଅଞ୍ଚଳର ୨୨ ବର୍ଷୀୟ ଧର୍ମ ଟୁଡୁ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ଟାଟା ପାଓ୍ବାର ନିମନ୍ତେ ପ୍ରୋଜେକ୍ଟ ମରାମତି ପାଇଁ ନିୟୋଜିତ ଏକ ଘରୋଇ କମ୍ପାନୀ ଭଅଁର କଷ୍ଟ୍ରକସନ ନିମନ୍ତେ ସେ କାର୍ଯ୍ୟ କରୁଥିଲେ। ତେବେ କାହାର ଦାୟିତ୍ଵ ହୀନତା ଯୋଗୁଁ ଏପରି ଦୁର୍ଘଟଣାର ଶୀକାର ହେଲେ କର୍ମଚାରୀ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.