ହିଞ୍ଜିଳିକାଟୁ: ଦଣ୍ଡ କାଳୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ(କେନ୍ୟୁଜ୍): ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଗ୍ରାମର ଦଣ୍ଡ କାଳୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ଗତ ମଧ୍ୟରାତିରେ ମନ୍ଦିରର ତାଲା ଭାଙ୍ଗି ମାଁ ଦଣ୍ଡକାଳୀଙ୍କ ବିଭିନ୍ନ ପ୍ରକାରର ସୁନା,ରୂପା ଓ ଦାନ ହୁଣ୍ଡିରୁ ଟଙ୍କା ମଧ୍ୟ ଚୋରି ହୋଇଛି।

ଖାଲି ସେତିକି ନୁହେଁ ପ୍ରମାଣ ନଷ୍ଟ କରିବା ପାଇଁ ଚତୁର ଚୋର ମନ୍ଦିରରେ ଲାଗିଥିବା ଥିବା ସିସି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ଚୋରି କରିଛି।ମନ୍ଦିର କାର୍ଯ୍ୟାଳୟରେ ଲାଗିଥିବା ଏଲଇଡି ଟିଭିକୁ ମଧ୍ୟ ଭାଙ୍ଗି ସମ୍ପୂର୍ଣ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି। ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.