Below header

କିଟ୍‌ ଓ କିସ୍‌ ପକ୍ଷରୁ କଲରାବାଙ୍କରେ ଦକ୍ଷତାଭିତ୍ତିକ କର୍ମନିଯୁକ୍ତି ପାଇଁ କାଉନସେଲିଂ କ୍ୟାମ୍ପ୍

କଟକ : ଆଦର୍ଶ ଗ୍ରାମ କଲରାବାଙ୍କରେ କିଟ୍‌ ଓ କିସ୍‌ ପକ୍ଷରୁ ଦକ୍ଷତାଭିତ୍ତିକ କର୍ମନିଯୁକ୍ତି ପାଇଁ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ ହୋଇଛି । ଏଥିରେ କିଟ୍‌ ଓ କିସ୍‌ର ମହାନିର୍ଦ୍ଦେଶକ ଏନ୍‌.ପି ଦାସ, ପ୍ଲାନିଂ ସ୍କିଲ ନିର୍ଦ୍ଦେଶକ ମିହିର ରଞ୍ଜନ ନାୟକ, କିସ୍‌ର ସ୍କିଲ ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କିଟ୍‌ର ସ୍କିଲ୍‌ ଉପନିର୍ଦ୍ଦେଶକ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । କଲରାବାଙ୍କକୁ ଆସିଥିବା ବିଭିନ୍ନ ପଂଚାୟତର ଛାତ୍ରଛାତ୍ରୀମାନଙ୍କୁ ଏକ ଦକ୍ଷତାଭିତ୍ତିକ ଭିଡିଓ ଚିତ୍ର ଦେଖାଇଯାଇଥିଲା । ଏହାସହ କର୍ମଶାଳା ଜରିଆରେ ସେମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ନିଯୁକ୍ତି ପାଇବା ସହ ଆଗକୁ ଯିବାକୁ କହିଥିଲେ । ଏଥିରେ କଲରାବାଙ୍କ ଗ୍ରାମର ସଭାପତି ଅଞ୍ଜନ ସାମନ୍ତ, ନୀଳିମାରାଣୀ ମେମୋରିଆଲ ଚାରିଟେବୁଲ୍‌ ଟ୍ରଷ୍ଟର ସଭାପତି ଅନ୍ତର‌୍ୟ୍ୟାମୀ ସାମନ୍ତ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । କର୍ମଶାଳାରେ ୩ଶହରୁ ଅଧିକ ଅଂଶଗ୍ରହଣକାରୀ ନାଁ ପଞ୍ଜିକରଣ କରିବା ସହ ତାଲିମ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.