ରାକ୍ଷୀଙ୍କ ସେକ୍ସ ଡଲ୍ ତିଆରି କରିବେ ଭାବିସ୍ବାମୀ, ଦେଶକୁ ଦୁଷ୍କର୍ମରୁ କରିବେ ମୁକ୍ତ

ଏମିତି କେବେ ସମ୍ଭବ, ରାକ୍ଷୀ ମୁହଁ ଖୋଲିବେ ଆଉ ଚର୍ଚ୍ଚିତ ହେବେନି । ତା ଉପରେ ପୁଣି କୌଣସି ଗୁଣରେ କମ୍ ନୁହଁନ୍ତ ରାକ୍ଷୀଙ୍କ ଭାବୀସ୍ବାମୀ ଦୀପକ୍ କଲାଲ୍ । ପ୍ରେସ୍ କନଫରେନ୍ସରେ ସର୍ବଦା ଏକା ନଜର ଆସୁଥିବା ରାକ୍ଷୀ ଏଥର ନଜର ଆସିଛନ୍ତି ଦୀପକଙ୍କ ସହ । ଉଭୟ ଏହି ପ୍ରେସ୍ କନଫରେନ୍ସରେ କରିଛନ୍ତି ହାଇ ଭୋଲଟେଜ୍ ଡ୍ରାମା । ତେବେ ଗଣମାଧ୍ୟମ ସହ ନିଜ ବିବାହକୁ ନେଇ କଥା ହେଉଥିବା ସମୟରେ ଏଭଳି ଏକ ବୟାନ୍ ଦେଇଛନ୍ତି ଦୀପକ ଯାହା ଶୁଣି ଆପଣଙ୍କ ମୁଣ୍ଡ ନିଶ୍ଚୟ ବୁଲାଇବ ।

ଏହା ସହ ପଢନ୍ତୁ : ବିବାହ ପୂର୍ବରୁ ଭର୍ଜିନିଟି ଟେଷ୍ଟ କରି ସୋସିଆଲ୍ ମିଡିଆରେ ପୋଷ୍ଟ କଲେ କଣ୍ଟ୍ରୋଭର୍ସି କୁଇନ୍, ଆପଣଙ୍କୁ ମିନି ହାର୍ଟଆଟାକ୍ ଦେବ ରାକ୍ଷୀଙ୍କ ରିପୋର୍ଟ

ଦୁଷ୍କର୍ମ ଭଳି ଅପରାଧରୁ ଦେଶକୁ ରକ୍ଷା କରିବା ପାଇଁ ଆଇଡିଆ ଦେଇଛନ୍ତି ଦୀପକ୍ । ସେ କହିଛନ୍ତି, ଖୁବ୍ ଶୀଘ୍ର ଏକ ସେକ୍ସ ଡଲ୍ ତିଆରି କରାଇବେ ଦୀପକ୍ । ଯାହାର ନାଁ ରହିବ ରାକ୍ଷୀ ସାୱନ୍ତ । ଏହି ଡଲ୍ ଆଜିର ଯୁବପିଢୀଙ୍କ କାମରେ ଆସିବ । ଯାହା ଫଳରେ ସମାଜରେ ଆଉ ଦୁଷ୍କର୍ମ ଭଳି ଘଟଣା ହେବ ନାହିଁ । ସମାଜରେ ହେଉଥିବା ସମସ୍ତ ଖରାପ କାମରେ ରୋକ୍ ଲାଗିଯିବ । ଆଉ ଏହି ବଳିଦାନ ଦେବେ ରାକ୍ଷୀ ।

ଏହା ସହ ପଢନ୍ତୁ : ଅଭିନେତା ଋଷି କପୁରଙ୍କ ଇଛା ପୁରଣ କଲେ ପାକିସ୍ତାନ ସରକାର, ଜାଣନ୍ତୁ କ’ଣ

ତେବେ ଏହି ପ୍ରେସ୍ କନଫରେନ୍ସକୁ ଶାଢୀ ପିନ୍ଧି ଆସିଥିଲେ ରାକ୍ଷୀ । ଆଉ କହିଥିଲେ ଯେ ଏହି ଶାଢୀ ତାଙ୍କୁ Mc ଡୋନାଲ୍ଡ ଟ୍ରମ୍ପ ଉପହାର ଦେଇଛନ୍ତି । କେବଳ ସେତିକି ନୁହେଁ , ଲାଇଭ୍ ସୁହାଗରାତ୍ କରିବେ ବୋଲି ଖୁଲାସା କରିଛନ୍ତି ରାକ୍ଷୀ । ସେହିପରି ଦୀପକ କହିଛନ୍ତି ତାଙ୍କ ବିବାହର ବଜେଟ୍ ହେଉଛି ମାତ୍ର ୭୦ କୋଟି । ଉଭୟ ୩୧ ଡିସେମ୍ବରରେ ବିବାହ କରିବେ । ହେଲେ ଉଭୟଙ୍କ କଥାରେ କେତେ ସତ୍ୟତା ଅଛି ତାହା ପରେ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.