Below header

ଆଉ କିଛି ସମୟ ପରେ ଉଦଘାଟନ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ୧୧ ଦିନ ଧରି ପରିବେଷଣ ହେବ କୃଷ୍ଣଲୀଳା

କେନ୍ୟୁଜ୍(ବ୍ୟୁରୋ): ଆଉ କିଛି ସମୟ ପରେ ଉଦଘାଟନ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏହାପୂର୍ବରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରିଛି । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ୧୧ ଦିନ ଧରି ପରିବେଷଣ ହେବ କୃଷ୍ଣଲୀଳା । ଧନୁଯାତ୍ରା ମହୋତ୍ସବ ଉଦଘାଟନ ପୂର୍ବରୁ ବରଗଡ଼ ସହରରେ ବାହାରିଛି ସାଂସ୍କୃତିକ ଶୋଭାଯାତ୍ରା । ଧନୁଯାତ୍ରା ସମୟରେ ବରଗଡ଼ ସହର ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଦୁଇ ସହର ମଧ୍ୟରେ ପ୍ରବାହିତ ଜୀରା ନଈ ପାଲଟିବ ଯମୁନା । ଅମ୍ବାପାଲି ଓ ବରଗଡ଼ର ସବୁ ଲୋକ ପାଲଟିବେ ଜଣେ ଜଣେ କଳାକାର । ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜନ କମିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.