ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିବସୀୟ ପୂଜା

ଯାଜପୁର (କେନ୍ୟୁଜ୍) : ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିବସୀୟ ପୂଜା । ପ୍ରତ୍ୟହ ମାଆ ବନଦୁର୍ଗା ମନ୍ତ୍ରରେ ପୂଜା ପାଉଛନ୍ତି । ପଞ୍ଚମୀ ଦିନଠାରୁ ମାଆଙ୍କ ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ମହାପଞ୍ଚମୀଠାରୁ ହୋମ ଯଜ୍ଞ ଆରମ୍ଭ ହୋଇଛି । ପ୍ରତିପଦାଠାରୁ ମାଆ ସିଂହଦ୍ୱଜ ରଥରେ ବିରଜାମାନ କରି ବେଢ଼ା ପରିକ୍ରମା କରୁଛନ୍ତି ।

ଅପରାହ୍ନରେ ହେଉଥିବା ରଥଯାତ୍ରା ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ମାଆ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ରଥରେ ପରିକ୍ରମା କରନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଆ ବିରଜାଙ୍କ ଷୋଡ଼ଶ ଉପଚାର ଅନ୍ୟ ଦେବୀପୂଜାଠାରୁ ସଂପୂର୍ଣ୍ଣ ଅଲଗା ।

Leave A Reply

Your email address will not be published.