ଦୁର୍ଗାପୂଜାକୁ ନେଇ ବାରିପଦା ସହର ଉତ୍ସବ ମୁଖର

ବାରିପଦା (କେନ୍ୟୁଜ୍) : ଦୁର୍ଗାପୂଜାକୁ ନେଇ ବାରିପଦା ସହର ଉତ୍ସବ ମୁଖର । ସହରର ୩୫ରୁ ଅଧିକ ସ୍ଥାନରେ ମେଢ଼ରେ ପୂଜା ପାଇବେ ମାଆ ଜଗଦ୍ଜନନୀ । ଆକର୍ଷଣର କେନ୍ଦ୍ରରେ ରହିଥାଏ, ପାଲବଣୀ ଦୁର୍ଗାପୂଜା କମିଟି ଓ ତୁଳସୀଚୌରା ଦୁର୍ଗା ପୂଜା କମିଟିର ପୂଜା । ଏଥର ତୁଳସୀଚୌରାରେ ଶିବାଜୀ ଟର୍ମିନାଲ ଢାଞ୍ଚାରେ ତୋରଣ ନିର୍ମାଣ କରାଯାଉଛି । ଯାହା ଦର୍ଶକଙ୍କୁ ଅଧିକ ଆକର୍ଷଣ କରିବ ବୋଲି ଆଶା ପ୍ରକାଶ କରିଛି ପୂଜା କମିଟି ।

ସହରରେ ପଶ୍ଚିମବଙ୍ଗର କାରିଗର ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ୨ ମାସ ହେଲା ୪୦ରୁ ଅଧିକ କାରିଗର କାମ କରୁଛନ୍ତି । ଏବେ ମୂର୍ତ୍ତି କାମ ଶେଷ ପର୍ଯ୍ୟ।ୟରେ। ତିତ୍ଲି ଯୋଗୁଁ କାମରେ କିଛି ଦିନ ବାଧା ସୃଷ୍ଟି ହୋଇଥିଲା । ଏବେ ପୁଣି କାମ ସାରିବାକୁ ତତ୍ପରତା ପ୍ରକାଶ ପାଇଛି ।

Leave A Reply

Your email address will not be published.