ଶ୍ରମିକଙ୍କ ଉଦ୍ଧାର ପାଇଁ କରୁଛନ୍ତି ପୂଜା, ବିତିଗଲାଣି ୮ ଦିନ କିନ୍ତୁ ହୋଇପାରୁ ନାହାନ୍ତି ଉଦ୍ଧାର

ଏଥିରେ ଓଡ଼ିଶାର ୫ଜଣ ଶ୍ରମିକ ଥିବାବେଳେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ୪ ଜଣ ଶ୍ରମିକ ରହିଛନ୍ତି । ପରେ ନବରଙ୍ଗପୁର ଜିଲ୍ଲାର ଭଗବାନ ଭତ୍ରାଙ୍କ ଘର ଡାବୁଗାଁ ବ୍ଳକର ତାଲବେଡା ଗ୍ରାମର ବୋଲି ଜଣା ପଡିଥିଲା ।

ସେ ଦିନ ଥିଲା ଦୀପାବଳୀ । ଦୀପାବଳିର ଆଲୋକ ମାଳାରେ ସମସ୍ତେ ଖୁସିଥିଲେ । ବାଣ ଫୁଟାଇବା ସହ ମିଠା ଖାଇ ପର୍ବକୁ ଖୁବ୍‌ ଧୁମଧାମରେ କରୁଥିଲେ ଉପଭୋଗ । କିନ୍ତୁ ସେଦିନର ସେହି ଦୀପାବଳି କିଛି ଲୋକଙ୍କ ପାଇଁ ଥିଲା କାଳରାତ୍ରି । ଦୀପାବଳି ଭଳି ପର୍ବକୁ ଉପଭୋଗ ନକରି ନିଜ ପରିବାର ପାଇଁ କିଛି ଲୋକ କାମ କରିବାକୁ ଯାଇଥିଲେ । ଏପଟେ ପରିବାର ଲୋକ ନିଜ ଘରର ସଦସ୍ୟଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ । କିନ୍ତୁ ସକାଳେ ପହଞ୍ଚିଲା ଏକ ଦୁଃଖଦ ଖବର । ଯାହା ବିଷୟରେ ଶୁଣିବା ପରେ ଘର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ କିଛି ଶ୍ରମିକ ଫସି ଯାଇଥିଲେ ମାଟି ତଳେ । ଆଉ ଏହି ଶ୍ରମିକଙ୍କ ମଧ୍ୟରେ ଥିଲେ ୫ ଓଡ଼ିଆ ଶ୍ରମିକ ।

ଆମେ କହୁଛୁ ଗତ ରବିବାର ଦିନ ଉତ୍ତରାଖଣ୍ଡ ର ଉତ୍ତରକାଶୀ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ କଥା । ଯେଉଁ ଭୂସ୍ଖଳନ ଯୋଗୁଁ ନିର୍ମାଣଧୀନ ସିଲକିୟାରା ଟନେଲ୍‌‌ ଭୁଶୁଡ଼ି ପଡ଼ିଥିଲା ଫଳରେ ୪୧ ଜଣ ଶ୍ରମିକ ୧୫୦ ମିଟର ତଳେ ଫଶି ଯାଇଥିଲେ । ତେବେ ଏବେ ବି ଫସି ରହିଛନ୍ତି ସେହି ଶ୍ରମିକମାନେ ଆଉ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଭୟଙ୍କର ଦୁର୍ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ଏହି ଟନେଲ ଭିତରେ ମୁଖ୍ୟତଃ ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗର ଶ୍ରମିକ ଫସି ରହିଛନ୍ତି । ଏଥିରେ ଓଡ଼ିଶାର ୫ଜଣ ଶ୍ରମିକ ଥିବାବେଳେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ୪ ଜଣ ଶ୍ରମିକ ରହିଛନ୍ତି । ପରେ ନବରଙ୍ଗପୁର ଜିଲ୍ଲାର ଭଗବାନ ଭତ୍ରାଙ୍କ ଘର ଡାବୁଗାଁ ବ୍ଳକର ତାଲବେଡା ଗ୍ରାମର ବୋଲି ଜଣା ପଡିଥିଲା । ଓଡିଶା ଶ୍ରମ ବିଭାଗ ଅଧିକାରୀ ଟନେଲ ଭିତରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ସହ କଥା ହେବା ପରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୀଣ ଆଶା ଦେଖାଯାଇଛି ।

ନିଜ ଗରିବ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟନ୍ତି ଭଗବାନ । ମଜୁରୀକୁ ଗଲେ ଘରର ଚୁଲି ଜଳେ । ଘର ର ଚାରି ଭାଇ ଙ୍କ ମଧ୍ୟରୁ ଭଗବାନ୍ ନିଜ ପରିବାର ପାଈଁ ପକ୍କା ଘର ଟିଏର ସ୍ୱପ୍ନ ନେଇ ଦାଦନ ଖଟିବାକୁ ଯାଇଥିଲେ ସୁଦୂର ଉତ୍ତରକାସିକୁ । କିନ୍ତୁ ନିର୍ମାଣଧୀନ ଟନେଲ ଭୁଷୁଡ଼ି ଯିବାରୁ ସେ ଏବେ ସେଠାରେ ଫସି ରହିଛନ୍ତି । ପରିବାର ଲୋକ ଏବେ ଚିନ୍ତାରେ ରହିଛନ୍ତି । ଘରେ ଖବର ଜାଣିବା ପାଇଁ ଟିଭି ଟିଏ ନଥିବାରୁ ପାଖ ପଡ଼ୋଶୀ ଯାଇ ଖବର ନେଉଛନ୍ତି କିମ୍ବା କେହି ସ୍ମାର୍ଟ ଫୋନ ଟିଏ ଆଣିଲେ ସେହିଠାରୁ ଭଗବାନ୍ ଙ୍କ ଖବର ନେବାକୁ ଚେଷ୍ଟା କରୁଛନ୍ତି ।

ସୁରକ୍ଷିତ ଉଦ୍ଧାର ପାଇଁ ଗ୍ରାମ ଦେବୀଙ୍କ ମନ୍ଦିର ସହ ବିଭିନ୍ନ ସ୍ଥାନରେ ପୁଜା ପାଠ କରୁଛନ୍ତି ଗାଁ ଲୋକେ। ଆଶା ଅଛି ଫସି ରହିଥିବା ୪୧ ଜଣ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବେ ଓ ଘରକୁ ଫେରିବେ । ଗାଁ ର ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ସମସ୍ତେ ଖବର ଦେଖି ଫସି ରହିଥିବା ଶ୍ରମିକଙ୍କ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଠାକୁର ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରନ୍ତୁ ।

ଏ ଦୁର୍ଘଟଣାକୁ ୮ ଦିନ ବିତି ଗଲାଣି । ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା ଶ୍ରମିକମାନଙ୍କୁ ପାଇପ ଯୋଗେ ଖାଦ୍ୟ, ପାଣି ଓ ଅମ୍ଳଜାନ ଦିଆଯାଉଛି । ଦିନ ବଢ଼ିବା ସଙ୍ଗେ ଶ୍ରମିକଙ୍କ ଉଦ୍ଧାରକୁ ନେଇ ଆଶଙ୍କା ବଢ଼ାଯାଉଛି । ଏମାନଙ୍କ ଉଦ୍ଧାର କାର୍ଯ୍ୟକୁ ଏବେ ସାରା ଦେଶର ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.