ବିଶ୍ୱକପରେ ଭାରତର ବିଜୟ ପାଇଁ କରାଗଲା ମହାକାଳଙ୍କ ଭସ୍ମ ଆଳତୀ, ଦେଖନ୍ତୁ ଭିଡିଓ

ଭାରତ ବିଶ୍ୱକପ ଜିତିବା ନେଇ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ଭସ୍ମ ଆଳତୀ କରାଯାଇଛି । ଜମ୍ମୁ କଶ୍ମୀରର ଉଧମପୁରରେ ମଧ୍ୟ ବିଶେଷ ପୂଜା କରାଯାଇଛି । ୟୁପି ବାରଣାସୀର ସିନ୍ଧିୟା ଘାଟରେ ବିଶେଷ ପୂଜା କରାଯାଇଛି ।

କ୍ରିକେଟ ବିଶ୍ୱକପ ଫାଇନାଲ ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମହା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଭାରତବାସୀ ଚାରିଆଡେ ପ୍ରାର୍ଥୀନା ଓ ହୋମଯଜ୍ଞ କରୁଛନ୍ତି । ଆଉ ଭାରତ ବିଶ୍ୱକପ ଜିତିବା ନେଇ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ପୂଜା କରାଯାଇଛି । ମହାକାଳଙ୍କ ଭସ୍ମ ଆଳତୀ କରାଯାଇଛି ।

ସେହିପରି ଜମ୍ମୁ କଶ୍ମୀରର ଉଧମପୁରରେ ମଧ୍ୟ ବିଶେଷ ପୂଜା କରାଯାଇଛି । ୟୁପି ବାରଣାସୀର ସିନ୍ଧିୟା ଘାଟରେ ବିଶେଷ ପୂଜା କରାଯାଇଛି ।

ମହାରାଷ୍ଟ୍ରର ଲୋକ ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ବିଶେଷ ଆଳତୀ କରିବା ସହିତ ଭାରତର ଜୟ ଜୟକାର କରିଛନ୍ତି ।

ଏହାପୂର୍ବରୁ ବିରାଟ କୋହଲି, କେଏଲ ରାହୁଲ, କୁଲଦୀପ ଯାଦବ ବାବାଙ୍କ ପାଖକୁ ଯାଇ ଆଳତୀ କରିଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏସିଆ କପ୍‌ ଖେଳିବା ଆଗରୁ ସେମାନେ ମହାକାଳଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ବିରାଟ ଧୋତି ପିନ୍ଧି ପୂଜା କରୁଥିବାର ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.