Below header

ଓଡ଼ିଶାରେ ବିଶ୍ବକପ ଫିଭର: ଟାଇଟଲ ଜିତିବା ପାଇଁ ଜଗନ୍ନାଥଙ୍କ ପାଖରେ ଗୁହାରି କଲେ ରାଜ୍ୟବାସୀ

ବିଶ୍ବକପର ମହାଲଢ଼େଇକୁ ନେଇ ଓଡ଼ିଶାରେ କ୍ରିକେଟ୍ ଫିଭର । ଟିମ ଇଣ୍ଡିଆକୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ଓଡିଶାବାସୀ । ଭାରତରେ ଯେଭଳି କ୍ରିକେଟର କ୍ରେଜ୍ ରହିଛି ବିଶ୍ବରେ ଆଉ କେଉଁଠି ନାହିଁ । ଏଥର ଭାରତ ବିଶ୍ବକପ ଜିତିବ ବୋଲି ଆଶା ରଖିଛନ୍ତି ଦର୍ଶକ ।

ଭୁବନେଶ୍ୱର (କେନ୍ୟୁଜ): ବିଶ୍ବକପର ମହାଲଢ଼େଇକୁ ନେଇ ଓଡ଼ିଶାରେ କ୍ରିକେଟ୍ ଫିଭର । ଟିମ ଇଣ୍ଡିଆକୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ଓଡିଶାବାସୀ । ଭାରତରେ ଯେଭଳି କ୍ରିକେଟର କ୍ରେଜ୍ ରହିଛି ବିଶ୍ବରେ ଆଉ କେଉଁଠି ନାହିଁ । ଏଥର ଭାରତ ବିଶ୍ବକପ ଜିତିବ ବୋଲି ଆଶା ରଖିଛନ୍ତି ଦର୍ଶକ । ବିଶ୍ବକପରେ ଭାରତର ବିଜୟ ପାଇଁ ଫ୍ୟାନଙ୍କ ଶୁଭେଚ୍ଛାର ସୁଅ ବନ୍ଦ ହେବାର ନାଁ ନେଉନି । ସେପଟେ ଟିମ୍ ଇଣ୍ଡିଆର ବିଜୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରୀ କରିଛନ୍ତି ଟିମ ଇଣ୍ଡିଆର ପ୍ରଶଂସକ । ସେହିପରି କଟକ,ଭୁବନେଶ୍ୱର, ଭଦ୍ରକ, ଆନନ୍ଦପୁର,ବାଲେଶ୍ବର ଓ ଜୟପୁର ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଚିଅରପ କରୁଛନ୍ତି ଖେଳାଳି ଓ ଦର୍ଶକ ।

ଲକ୍ଷାଧିକ କ୍ରିକେଟ ପ୍ରେମୀଙ୍କ କୋଳାହଳ ମୟ ପରିବେଶ ମଧ୍ୟରେ ଦୁଲୁକିବ ନରେନ୍ଦ୍ର ମୋଦି ଷ୍ଟାଡିୟମ । କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ମହା ସମର ନେଇ ଅହମଦାବାଦ ନଗରୀ ସହିତ ଦେଶବ୍ୟାପୀ ଚଳଚଞ୍ଚଳ । ଦିନିକିଆ କ୍ରିକେଟ ବିଶ୍ୱକପର ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ ଉପଭୋଗ ପାଇଁ ଦେଶ ବିଦେଶ ତଥା ରାଜ୍ୟର ଅନୁକୋଣରେ କୋଟି କୋଟି କ୍ରିକେଟ ପ୍ରେମୀ ଚାତକ ପରି ଅନାଇ ରହିଛନ୍ତି । ସମସ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ । ବ୍ୟାଟର ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଏବଂ ବୋଲିଂ ବାହିନୀ ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କଟକର କ୍ରିକେଟ ପ୍ରେମୀ । ପ୍ରଶଂସକଙ୍କ ବିଶ୍ବାସ, ଭାରତ ହେଉଛି ଜଗନ୍ନାଥଙ୍କ ଦେଶ । ଆଉ ପ୍ରଭୁଙ୍କୁ ଜଣାଇବା ପରେ ନିଶ୍ଚୟ ଆମ ଦେଶକୁ ଫାଇନାଲରେ ଠାକୁର ଜିତାଇବେ ବୋଲି କହିଛନ୍ତି ରାଜ୍ୟବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.