Below header

ଘଟଗାଁ ପେଣ୍ଠଡ଼ିହି ଗ୍ରାମରେ ବେଆଇନ ଫର୍ନିଚର ୟୁନିଟ ଉପରେ ବନବିଭାଗର ଚଢାଉ, ଦେଢ଼ ଲକ୍ଷ ଟଙ୍କାର କାଠ ଜବତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧିନ ପେଣ୍ଠଡ଼ିହି ଗ୍ରାମରେ ଚାଲିଥିବା ଏକ ବେଆଇନ ଫର୍ନିଚର ୟୁନିଟ ଉପରେ ବନବିଭାଗ ପକ୍ଷରୁ ଚଢ଼ାଉ । ବ୍ୟାପକ କାଠ ସହ ୪ଟି ଅଧାଗଢା ଖଟ ଜବତ କରାଯାଇଛି।

ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଫର୍ନିଚର ୟୁନିଟର ମାଲିକ ସୁରଥ ମହାନ୍ତଙ୍କୁ ଗିରଫ କରାଯାଇଛି। ଏହି ଚଢାଉରେ କେନ୍ଦୁଝର ଏସିଏଫ ଅଜୟ କୁମାର ସାହୁ ,ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.