Samsung Galaxy M51 ସ୍ମାର୍ଟଫୋନରେ ମିଳୁଛି ୫ ହଜାର ଟଙ୍କା ଡିସକାଉଣ୍ଟ, ଜାଣନ୍ତୁ ନୂଆ ଦାମ୍ କେତେ ?

ସାମସଙ୍ଗ ନିଜର ନୂତନ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସିକୁ (Samsung Galaxy M51) ଗତ ସେପ୍ଟେମ୍ବର ମାସରେ ଭାରତରେ ଲଞ୍ଚ କରିଥିଲା। ଭାରତରେ ପ୍ରଥମ ଥର ପାଇଁ 7000 mAh ବ୍ୟାଟେରୀ ଥିବା ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା ସାମସଙ୍ଗ। ଏହା ସହିତ 25 ୱାଟ ଫାଷ୍ଟ ଚାର୍ଜିଂ ମଧ୍ୟ ଉପଲବ୍ଧ ରହିଥିଲା। ଏବେ ଏହି ଫୋନ କିଣିବାକୁ ଚାହୁଁଥିବା ୟୁଜର୍ସଙ୍କ ପାଇଁ ଖୁସି ଖବର। ଏହି ସ୍ମାର୍ଟଫୋନରେ ଏବେ ୫ ହଜାର ଟଙ୍କାର ଡିସକାଉଣ୍ଟ ମିଳୁଛି।

ଏହାର ୬ ଜିବି ଏବଂ ୧୨୮ ଜିନି ଷ୍ଟୋରେଜ ମଡେଲକୁ ୧୯,୯୯୯ ଟଙ୍କା ଏବଂ ୮ ଜିବି, ୧୨୮ ଜିନି ଷ୍ଟୋରେଜ ମେଡଲକୁ ୨୧,୯୯୯ ଟଙ୍କାରେ କିଣିପାରିବେ ୟୁଜର୍ସ। ଏହି ସ୍ମାର୍ଟଫୋନ ଦୁଇଟି କଲର celestial Black ଏବଂ Electric Blue କଲର ଅପସନରେ ମିଳୁଛି।
ଏହି ସାମସଙ୍ଗ ଫୋନରେ 6.7-ଇଞ୍ଚ ସୁପର ଏମୋଲ୍ଡ ପ୍ଲସ୍ ଇନଫିନିଟି ଓ ଡିସପ୍ଲେ ରହିଛି । ଏହା ବ୍ୟତୀତ କ୍ୱାଲକମର ସ୍ନାପଡ୍ରାଗନ୍ 730G ପ୍ରୋସେସର୍ ଏହି ଫୋନରେ ଦିଆଯାଇଛି ଯେଉଁଥିରେ ଗ୍ରାଫିକ୍ସ ପାଇଁ ଏଡ୍ରେନୋ 618 ଜିପିୟୁ ମିଳୁଛି ।

ଗାଲାକ୍ସି M51 ରେ କ୍ୱାଡ୍ ରିୟର କ୍ୟାମେରା ସେଟ୍ଅପ୍ ଦିଆଯାଇଛି । ମେନ ଲେନ୍ସ ହେଉଛି 64 ମେଗାପିକ୍ସେଲ, ଯାହାର ଆପେର୍ଚର f / 1.8 ଅଛି । ଦ୍ୱିତୀୟ ଲେନ୍ସ ହେଉଛି 12 ମେଗାପିକ୍ସେଲ ଅଲଟ୍ରା ୱାଇଡ ଆଙ୍ଗେଲ ଏବଂ ତୃତୀୟ ଲେନ୍ସ ହେଉଛି 5 ମେଗାପିକ୍ସେଲ ମାକ୍ରୋ ଏବଂ ଚତୁର୍ଥ ଲେନ୍ସ ହେଉଛି 5 ମେଗାପିକ୍ସେଲର ଡେ଼ପଥ ସେନସର । ଏହି ଫୋନରେ ସେଲଫି ପାଇଁ 32 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

samsung galaxy

ସାମସଙ୍ଗ ଗାଲାକ୍ସି M51 ରେ 7000mAh ବ୍ୟାଟେରୀ ଦିଆଯାଇଛି ଯେଉଁଥିରେକି 25 ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 25 ୱାଟ ଚାର୍ଜର ଫୋନ୍ ବକ୍ସରେ ଉପଲବ୍ଧ ହେବ । ବ୍ୟାଟେରୀ ସହିତ ଏଥିରେ ପାୱାର ସେୟାରିଂ ସପୋର୍ଟ ମଧ୍ୟ ଦିଆଯାଇଛି । କନେକ୍ଟିଭିଟି ପାଇଁ ଏଥିରେ 4G, ବ୍ଲୁଟୁଥ୍, ଜିପିଏସ୍ ଏବଂ ଟାଇପ୍-ସି ଚାର୍ଜିଂ ପୋର୍ଟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.