ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ , କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି |

ସର୍ବନିମ୍ନ ତାପମାତ୍ରା (ରାତ୍ରି ତାପମାତ୍ରାରେ)ରେ ଆଗାମୀ ୨ ରୁ ୩ ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ତାପମାତ୍ରା ଆଗାମୀ ୨ରୁ ୩ ଦିନ ଯାଏଁ ଓଡ଼ିଶାର ଜିଲ୍ଲାଗୁଡିକ ଅନେକ ଅଞ୍ଚଳରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ସେଲସିଅସ ଯାଏଁ କମ ରହିବାର ସମ୍ଭାବନା ଥିବାବେଳେ, ପରବର୍ତ୍ତୀ ସମୟରେ ଏହା ଓଡ଼ିଶାର ଜିଲ୍ଲାଗୁଡିକରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.