Below header

ଭଦ୍ରକ: ପ୍ରେମ ନିବେଦନ ଗ୍ରହଣ ନକରିବାରୁ ଯବତୀଙ୍କୁ ମାଡ଼ ମାରି ଗୁରୁତର କଲା ଯୁବକ, ଥାନାରେ ମାମଲା

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗୁଆଗଡିଆ ପଞ୍ଚାୟତର କମାର ଗାଁରେ ଏକ ତରଫା ପ୍ରେମକୁ ନେଇ ଯୁବକ ମାଡରେ ଯୁବତୀ ଗୁରୁତର । ସେହି ଗ୍ରାମର ରବିନ୍ଦ୍ର ଦଳେଇଙ୍କ ଝିଅକୁ ସେହି ଗ୍ରାମର ବାରଣ ବେହେରାଙ୍କ ପୁଅ ରମାକାନ୍ତ ବେହେରା ଦୀର୍ଘ ଦିନ ହେଲା ଏକ ତରଫା ଭାବେ ଭଲ ପାଇ ଆସୁଥିଲେ । ହେଲେ ଝିଅ ତାକୁ ଭଲ ପାଉ ନାହିଁ ବୋଲି ମନା କରିଆସୁଥିଲେବି ବିଭିନ୍ନ ସମୟରେ ରମାକାନ୍ତ ପରିବାର ଲୋକଙ୍କୁ ଧମକ ଚମକ ଦେବା ସହିତ ମାରି ଦେବାକୁ ମଧ୍ୟ ଧମକ ଦେଉଥିବା କହିଛନ୍ତି ।

ଆଜି ମଧ୍ୟାହ୍ନରେ ଉକ୍ତ ଯୁବତୀ  କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁଥିବା ରାସ୍ତାରେ ରାମାକାନ୍ତ ଅଟକାଇ ଥିଲା । ହେଲେ ଯୁବତୀ ତା କଥା ନଶୁଣି ପଳାଇ ଯିବାରୁ ରମାକାନ୍ତ ତାକୁ ଜବରଦସ୍ତ ଅଟକାଇବା ସହିତ ଏକ ରଡ ସାହାଯ୍ୟରେ ତାର ଗୋଡ ଓ ହାତକୁ ପିଟି ରକ୍ତାକ୍ତ କରି ଘଟଣା ସ୍ଥଳରୁ ପଳାଇ ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଛନ୍ତି। ଏହା ସହିତ ଥାନାରେ ଉକ୍ତ ଯୁବକ ନାମରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.