Below header

ଗଜପତି: ସର୍ଟସର୍କିଟରୁ ମୋହନା ପ୍ରସାରଭାରତୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଯନ୍ତ୍ରାଂଶ ପୋଡି ହୋଇଗଲା ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ସ୍ଥିତ ପ୍ରସାର ଭାରତୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଅଧିକାଂଶ ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇଯାଇଛି । ଆଜି ଅପରାହ୍ନ ସମୟରେ ହଠାତ ପ୍ରଚଣ୍ଡ ଶବ୍ଦ ହେବା ସହ କେନ୍ଦ୍ରର ଯନ୍ତ୍ରାଂଶ ଗୃହରୁ ପ୍ରବଳ ଧୂଆଁ ବାହାରି ଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସର୍ଟସର୍କିଟରୁ ଏ.ସି ଫାଟି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।

mohan prasar bharti

ଦୁର୍ଘଟଣା ବେଳେ ଦୂରଦର୍ଶନ କେନ୍ଦ୍ରରେ ଟେକ୍ନିସିଆନ ମନୋରଞ୍ଜନ ପଣ୍ଡା ଉପସ୍ଥିତ ଥିବାବେଳେ ସେ କିଛି କାମରେ ବଜାରକୁ ଯାଇଥିବାରୁ ସେ ଅଳ୍ପକେ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି । ମୋହନା ଅଗ୍ନିଶମ ବିଭାଗ  ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅତିଶୀଘ୍ର ନଷ୍ଟ ସାମଗ୍ରୀ ଗୁଡିକ ସ୍ଥାନରେ ନୂତନ ଯାନ୍ତ୍ରିକ ସାମଗ୍ରୀ ସ୍ଥାପନ କରାଯିବ ବୋଲି ମୋହନା ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.