ନୀତୁ କପୁର ଠୁ ଭାଗ୍ୟଶ୍ରୀ ଯାଏ, ଏହି ଅଭିନେତ୍ରୀମାନେ ପୁଣି ଫେରୁଛନ୍ତି ଫିଲ୍ମକୁ

ଏବେ କିଛି ବଲିଉଡ୍‌ ଷ୍ଟାରମାନେ ଧାରାବାହିକ(ସିରିଏଲ୍‌)କୁ ଫେରୁଥିବା ବେଳେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦୂରେଇ ଯାଇଥିବା ଆଉ କିଛି ଅଭନେତ୍ରୀ ପୁଣି ଫିଲ୍ମ ଜଗତକୁ ଫେରୁଛନ୍ତି । ଏହି କଳାକାରମାନଙ୍କ ମଧ୍ୟରେ ଅଛନ୍ତି ଶିଳ୍ପା ସେଟ୍ଟି, ଯେ କି ‘ଦୋସ୍ତାନା’ ଓ ଢ଼ିଶ୍‌କ୍ୟାୟୁଁ ’ ଭଳି ଫିଲ୍ମ ପରେ ଆଉ ରୂପେଲି ପରଦାରେ ଦେଖାଯାଇ ନଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ପୁଣି ଥରେ ଫିଲ୍ମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ ଶିଳ୍ପା ସେଟ୍ଟି ପରେଶ ରାଓ୍ଵଲ ଙ୍କ ସହ ‘ହଙ୍ଗାମା ୨’ ରେ ଦେଖାଦେଇଥିଲେ । ଆଗାମୀ ଫିଲ୍ମ ‘ନିକମ୍ମା’ରେ ମଧ୍ୟ ସେ ଖୁବ୍‌ ଶୀଘ୍ର ସେ ପରଦାରେ ଦେଖାଦେବେ ।

shilpa

ବଲିଉଡର ‘ମୈନେ ପ୍ୟାର କିୟା’ ର ଅଭିନେତ୍ରୀ ଭାଗ୍ୟଶ୍ରୀ ଖୁବ୍‌ ଶୀଘ୍ର ବଲିଉଡକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ ଏହି ଅଭିନେତ୍ରୀଙ୍କ ହାତରେ ‘ରାଧେ ଶ୍ୟାମ’ ଓ ‘ଥଲାଇବି’ ଭଳି ଦୁଇଟି ଫିଲ୍ମ ରହିଛି । ରାଧେଶ୍ୟାମରେ ପ୍ରଭାସ ଓ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଥିବା ବେଳେ ଥଲାଇବି ରେ ଭାଗ୍ୟଶ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

dibya khosla
p.c: samvadplus.com

ଦିବ୍ୟା ଖୋସଲା ୨୦୦୪ ରେ ତେଲଗୁ ‘ଲଭ୍‌ ଟୁଡେ’ରେ କ୍ୟାରିଅର ଆରମ୍ଭ କରିଥିଲେ । ପରେ ୨୦୧୬ ରେ ‘ ଅବ୍‌ ତୁହ୍ମାରେ ହବାଲେ ବତନ ସାଥିୟୋଁ’ ରେ ଦେଖାଦେଇଥିଲେ । ଏବେ ଦୀର୍ଘ ୫ ବର୍ଷ ପରେ ପୁଣି ଥରେ ବଲିଉଡରେ ପାଦ ରଖିଛନ୍ତି । ଦିବ୍ୟା ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ ରେ ଜନ ଆବ୍ରାହମ ଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ।

 

lara dutta

ସେହିପରି ଲାରା ଦତ୍ତ ୨୦୧୮ ପରେ ଆଉ ଦେଖାଯାଇ ନଥିଲେ । ସେ ପୁଣି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍‌ ବଟମ’ ରେ ଦେଖାଦେଇଛନ୍ତି ।
ନୀତୁ କପୁର ୨୦୧୩ ରେ ପତି ଋଷି କପୁର ଓ ପୁଅ ରଣବୀର କପୁରଙ୍କ ସହ ଦେଖା ଦେଇଥିଲେ । ଏବେ ପୁଣି ନୀତୁ ରାଜ ମେହେଟ୍ଟା ଙ୍କ ଫିଲ୍ମ ‘ଯୁଗ ଯୁଗ ଜିୟୋ’ ରେ ପ୍ରଶଂସକଙ୍କୁ ଦେଖା ଦେବେ ବୋଲି ଜଣାପଡିଛି । ଏହି ଫିଲ୍ମରେ ଅନୀଲ କପୁର, ବରୁଣ ଧାଓ୍ଵନ ଓ କିଆରା ଆଡ୍‌ଓ୍ଵାଣୀ ମୁଖ୍ୟ ଭୂମିକାରେ ଦେଖାଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.