୬ ମାସର ହେଲେ କରୀନା-ସୈଫ୍‌ଙ୍କ ସାନପୁଅ ଜେହ, ଅଭିନେତ୍ରୀ କୋଳରେ ଧରି ସେୟାର କଲେ ଏହି ସୁନ୍ଦର ଫଟୋ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ବର୍ତ୍ତମାନ ସମୟରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ ଏବଂ ନିଜର ଦୁଇଟି ପୁଅ ତୈମୁର ଓ ଜେହଙ୍କ ସହିତ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। କରୀନା ପ୍ରତିଦିନ ସେଠାରୁ କିଛି ନା କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଏବେ ପୁଣି ଥରେ କରୀନା ନିଜ ସାନ ପୁଅ ଜେହଙ୍କୁ କୋଳରେ ଧରି ଏକ ଫଟୋ ସେୟାର କରିଛନ୍ତି।

ଜେହ ଆଜି ୬ ମାସର ହୋଇଯାଇଛନ୍ତି। ଏହି ମଉକାରେ ମା’ କରୀନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଦେଖାଯାଇ ପାରିବ କି, କରୀନା ପିଙ୍କ୍‌ ଓ ବ୍ଲାକ ରଙ୍ଗର ବିକିନୀ ପିନ୍ଧିଛନ୍ତି। ଖାସ୍‌ କଥା ହେଉଛି ଯେ କରୀନା ଜେହଙ୍କୁ ନିଜ କୋଳରେ ଟେକି ଧରିଛନ୍ତି। କହି ରଖୁଛୁ, ବେବୋ ଓ ସୈଫ୍‌ ଚଳିତବର୍ଷ ଫେବୃୟାରୀରେ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିଲେ।

କରୀନା ଫଟୋ ସେୟାର କରି ଲେଖିଛନ୍ତି, ‘ଆପଣଙ୍କୁ ସବୁବେଳେ ଭଲ ପାଇବା, ଖୁସି ଓ ସାହସ ମିଳୁ। ହ୍ୟାପି ୬ ମନ୍ଥ୍‌ସ ମାଇ ଲାଇଫ୍‌’। କରୀନାଙ୍କ ଏହି ପୋଷ୍ଟକୁ ବହୁତ ପସନ୍ଦ କରାଯାଉଛି। ମାତ୍ର କିଛି ହିଁ ମିନିଟ୍‌ ଭିତରେ ଏହି ଫଟୋକୁ ଲକ୍ଷାଧିକ ଲାଇକ୍‌ ମିଳି ସାରିଲେଣି। କରୀନାଙ୍କ ପୋଷ୍ଟରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ କମେଣ୍ଟ କରିଛନ୍ତି।

Leave A Reply

Your email address will not be published.