କେନାଲରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ମୃତଦେହକୁ ଏକ ଗଛରେ ରସିରେ ବାନ୍ଧି ପାଣିରେ ଭସାଇ ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରୁ ।

ଯାଜପୁର ଟାଉନ(କେନ୍ୟୁଜ୍): କେନାଲରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତଦେହକୁ ଏକ ଗଛରେ ରସିରେ ବାନ୍ଧି ପାଣିରେ ଭସାଇ ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରୁ । ମୃତକ ଜଣକ ଓଳେଇ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ । କିଏ ଓ କଣ ପାଇଁ ପ୍ରିୟରଞ୍ଜନଙ୍କୁ ଏପରି ନିର୍ମମ ହତ୍ୟା କରି କେନାଲରେ ଭସାଇ ଦେଇଛି କାରଣ ଅସ୍ପଷ୍ଟ ରହିଛି। ଖବରପାଇ ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.