ପୁଣି ଝଟକା ଦେଲା ମହିନ୍ଦ୍ରା, ୬୮ ହଜାର ଟଙ୍କା ମହଙ୍ଗା ହେଲା ଦମଦାର SUV

ବର୍ତ୍ତମାନ କମ୍ପାନୀ Mahindra XUV300 ର ମୂଲ୍ୟ ବଢ଼ାଇଛି । ଗତ ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେଉଁଥିରେ ମହିନ୍ଦ୍ରା 5 ଷ୍ଟାର ସେଫ୍ଟି ରେଟିଙ୍ଗର SUV ଦାମ ବଢ଼ାଇଛି । ତେବେ ଏହାର ମୂଲ୍ୟ ବୃଦ୍ଧି ହେବା ପଛର କାରଣ ପ୍ରକାଶ କରାଯାଇ ନାହିଁ ।

ଇଣ୍ଡିଆନ କାର ମାର୍କେଟରେ ମହିନ୍ଦ୍ରାର ନାଁ ଭିନ୍ନ । ସମଗ୍ର ଦେଶରେ ଏହାର SUVକୁ ସମସ୍ତେ ପସନ୍ଦ କରନ୍ତି । ମହିନ୍ଦ୍ରା SUVଗୁଡ଼ିକର ଚାହିଦା ଏତେ ଅଧିକ ରହିଛି ଯେ ଏହି କାର ଡେଲିଭରି ପାଇଁ ଗ୍ରାହକଙ୍କୁ ଦୀର୍ଘ ମାସ ଅପେକ୍ଷା କରିବାକୁ ପଡେ । ନିକଟରେ Mahindra Scorpio N ଦାମ ବଢ଼ାଇବାକୁ କମ୍ପାନୀ ଘୋଷଣା କରିଥିଲା । ବର୍ତ୍ତମାନ କମ୍ପାନୀ Mahindra XUV300 ର ମୂଲ୍ୟ ବଢ଼ାଇଛି । ଗତ ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେଉଁଥିରେ ମହିନ୍ଦ୍ରା 5 ଷ୍ଟାର ସେଫ୍ଟି ରେଟିଙ୍ଗର SUV ଦାମ ବଢ଼ାଇଛି । ତେବେ ଏହାର ମୂଲ୍ୟ ବୃଦ୍ଧି ହେବା ପଛର କାରଣ ପ୍ରକାଶ କରାଯାଇ ନାହିଁ । ସବ୍‌ ଫୋର ମିଟର SUVର ଦାମ ବଢ଼ିବା ପରେ ଅନେକ ଭାରିଆଣ୍ଟସ ମୂଲ୍ୟରେ ପ୍ରଭାବ ପଡ଼ିଛି ।

ଯଦି ଆପଣ ମହିନ୍ଦ୍ରା XUV300 କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କର ବଜେଟ୍ ବଢ଼ାଇ ନିଅନ୍ତୁ । ଏହି ଦମଦାର SUVର ମୂଲ୍ୟ ୬୮,୫୦୧ ଟଙ୍କାକୁ ବୃଦ୍ଧି ପାଇଛି । ମହିନ୍ଦ୍ରା XUV300 W4 ପେଟ୍ରୋଲ MT ମଡେଲର ମୂଲ୍ୟ ୨୫,୦୦୨ ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ଭାରିଆଣ୍ଟର ଏକ୍ସ ସୋରୁମ୍‌ ମୂଲ୍ୟ ୮.୬୭ ଲକ୍ଷ ଟଙ୍କା ରହିଛି ।

ମହିନ୍ଦ୍ରା XUV300 ନୂଆ ମୂଲ୍ୟ :
W8 (O) ଡୁଆଲ ଟୋନ ଭାରିଆଣ୍ଟର ମୂଲ୍ୟ ସବୁଠାରୁ ଅଧିକ ହୋଇ ୬୮,୫୦୧ ଟଙ୍କାକୁ ବୃଦ୍ଧି ପାଇଛି । ବାକି ସମସ୍ତ ଭାରିଆଣ୍ଟ ୧,୫୦୨ ଟଙ୍କା ମହଙ୍ଗା ହୋଇଛି । ଦାମ ବଢ଼ିବା ପରେ SUVର ନୂଆ ଏକ୍ସ ସୋରୁମ ମୂଲ୍ୟ ୭.୯୯ ଲକ୍ଷ ଟଙ୍କା ରହିଛି । ଏଥି ସହିତ ସବୁଠାରୁ ମହଙ୍ଗା W8 (O) ଡିଜେଲ AMTର ନୂଆ ଏକ୍ସ-ସୋରୁମ୍ ମୂଲ୍ୟ ୧୪.୭୫ ଲକ୍ଷ ଟଙ୍କା ରହିଛି ।

କାର ଦାମ ବଢ଼ିବା ଯୋଗୁଁ ଗ୍ରାହକମାନଙ୍କୁ ଝଟକା ଲାଗିଛି । କିନ୍ତୁ ମହିନ୍ଦ୍ରା XUV300 ଦମଦାର ଫିଚର୍ସ ଏବଂ ସ୍ପେସିଫିକେସନ ସହିତ ଆସିଥାଏ । ସବ୍‌- ଫୋର ମିଟର SUV ସେଗମେଣ୍ଟରେ ଏହା ଏକ ଭଲ ଅପ୍ସନ ହୋଇପାରେ । ଆପଣଙ୍କ ସେଫ୍ଟି ପାଇଁ ଏହା ଏକ ଭଲ କାର । ଗ୍ଲୋବାଲ୍ NCAP କ୍ରାସ୍ ଟେଷ୍ଟରେ ଏହି କାରକୁ 5 ଷ୍ଟାର ସେଫ୍ଟି ରେଟିଂ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.