କଳିଙ୍ଗନଗର ଶୋଚନୀୟ ରାସ୍ତାରେ ହେଲମେଟ ପିନ୍ଧି ଗଡିଲେ ଯୁବକ, ମରାମତି ପାଇଁ କଲେ ଦାବି

ଯାଜପୁର ରୋଡ(କେନ୍ୟୁଜ): ଜାତୀୟ ରାଜପଥ ମରାମତି ଦାବିରେ ଅଭିନବ ଉପାୟରେ ପ୍ରତିବାଦ। ହେଲମେଟ୍ ନାଇ ରାସ୍ତା ଉପରେ ଶୋଇ ରାସ୍ତା ମରାମତି ଦାବି କଲେ ସ୍ଥାନୀୟ ଯୁବକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ୫୩ ନଂ ଜାତୀୟ ରାଜପଥର ବଙ୍ଗଳା ଛକ ନିକଟରେ। ସୂଚନା ମୁତାବକ ଚଣ୍ଡିଖୋଲ ରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଓ ତାଳଚେରକୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି। ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ତେବେ ଏହି ରାସ୍ତାର ମରାମତି ଦାବିରେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଛି। ହେଲେ କୌଣସି ସୁଫଳ ମିଳି ନାହିଁ। ତେଣୁ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଭଳି ଅଭିନବ ପ୍ରତିବାଦ କରିଥିଲେ। ବହୁ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.