ସୀମା ପାର କଲା ପାଶବିକତା: ଦିବ୍ୟlଙ୍ଗ ଯୁବତୀକୁ ଦୁଷ୍କର୍ମ କଲେ ଦୁଇ ଯୁବକ

ଜଙ୍ଗଲରେ ରଖି ପ୍ରାୟ ଅଢେଇ ଘଣ୍ଟା ଧରି ଦୁଷ୍କର୍ମ କରିଥିଲେ ଦେହ ରାକ୍ଷସ। ସୋର ଔପଦl ବଡପୋଖରି ଗଜାଆମ୍ବ ଗାଁରୁ ଆସିଛି ଏଭଳି ଅଭିଯୋଗ। ଗାଁର ଜଣେ ଯୁବକଙ୍କ ଦିବ୍ୟଙ୍ଗ ଶାଳୀ ମୟୂରଭଞ୍ଜ ଉଦଳାରୁ ବୁଲିବାକୁ ଆସିଥିଲା । 

ସୋର(କେନ୍ୟୁଜ୍):  ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ଦୁଷ୍କର୍ମ। ଜଙ୍ଗଲରେ ରଖି ପ୍ରାୟ ଅଢେଇ ଘଣ୍ଟା ଧରି ଦୁଷ୍କର୍ମ କରିଥିଲେ ଦେହ ରାକ୍ଷସ। ସୋର ଔପଦା ବଡପୋଖରି ଗଜାଆମ୍ବ ଗାଁରୁ ଆସିଛି ଏଭଳି ଅଭିଯୋଗ। ଗାଁର ଜଣେ ଯୁବକଙ୍କ ଦିବ୍ୟଙ୍ଗ ଶାଳୀ ମୟୂରଭଞ୍ଜ ଉଦଳାରୁ ବୁଲିବାକୁ ଆସିଥିଲା ।  ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଇ ଯୁବକ ବାୟା ସିଂ ଓ ଅନ୍ୟ ଜଣେ ଯୁବକ ମିଳିତ ଭାବେ ଦିନ ୧୦ଟାରୁ  ସାଢେ ୧୨ଟା  ପର୍ଯ୍ୟନ୍ତ ସୋର ମଙ୍ଗଳପୁର ଜାତପଦl ଜଙ୍ଗଲରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗଜାଆମ୍ବ ଗାଁ ଲୋକେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅପରାହ୍ନରେ ଜଙ୍ଗଲରୁ ଉଦ୍ଧାର କରିଥିବା ବେଳେ ବିଳମ୍ୱିତ ରାତିରେ ଅଭିଯୁକ୍ତ ବାୟାକୁ ଜଙ୍ଗଲରୁ ଧରି ସୋର ପୋଲିସ ଜିମା ଦେଇଥିଲେ। ପୋଲିସ ଦିବ୍ୟାଙ୍ଗ ଯୁବତୀର ଡାକ୍ତରୀ ପରୀକ୍ଷା କରିଛି ଓ ଅଭିଯୁକ୍ତ ବାୟାକୁ କୋର୍ଟ  ଚାଲାଣ କରିଛି।

 

 

 

 

 

Leave A Reply

Your email address will not be published.