ତାମିଲନାଡୁରେ ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା, ୫ ମୃତ, ୬୦ ଆହତ

ତାମିଲନାଡୁରେ ଦୁଇ ବସ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ପ୍ରାୟ ୬୦ ଲୋକ ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ତିରୁପତି ଜିଲ୍ଲା ବାନିଆବାଡି ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

ତାମିଲନାଡୁରେ ଦୁଇ ବସ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ପ୍ରାୟ ୬୦ ଲୋକ ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ତିରୁପତି ଜିଲ୍ଲା ବାନିଆବାଡି ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

ପୁଲିସ ସୂଚନା ଅନୁଯାୟୀ, ଶନିବରା ଭୋର ସମୟରେ ଚେନ୍ନାଇ-ବେଙ୍ଗାଲୁର ଜାତୀୟ ରାଜପଥରେ ଦୁଇଟି ସରକାରୀ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଜୋର ଥିଲା ଯେ ଦୁଇଟି ବସର ଅଧିକାଂଶ ଅଂଶ ଭାଙ୍ଗି ଯାଇଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ମୃତକଙ୍କ ମଧ୍ୟରେ ରିତିକ(୩୨), ମହମ୍ମଦ ଫିରୋଜ(୩୭), ବସ ଚାଳକ, ବି ଅଜିତ ଓ ଏଲୁମଲାଇ ଧିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.