ଯାଜପୁର: ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର ଟାଉନ(କେନ୍ୟୁଜ୍): ମଙ୍ଗଳପୁର ଥାନା ପାଲଟପୁର ପଞ୍ଚାୟ କଣ୍ଟିବାଙ୍କ ଗ୍ରାମର ଚିନ୍ମୟୀ ବେହେରା ନିଜ ଶୋଇବା ଘର ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଗୁରୁବାର  ଅପରାହ୍ନ ୫ଟା ସମୟରେ ଚିନ୍ମୟୀ ନିଜ ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ତାଙ୍କର ଜଣେ ସମ୍ପର୍କୀୟା ମହିଳା ଦେଖିବାକୁ ପାଇଥିଲେ ।

ତୁରନ୍ତ ପଡୋଶୀଙ୍କ ସହାୟତାରେ ତାଙ୍କୁ ତଳକୁ ଆଣି ମଙ୍ଗଳପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମଙ୍ଗଳପୁର ଥାନା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତନାଘନା ଜାରିରଖିଥିବା ଜଣାଯାଇଛି ।

Leave A Reply

Your email address will not be published.