ଆମେରିକା ସେନାକୁ ଗୁହାରୀ କଲେ ଆଫଗାନ ଯୁବତୀ, ‘ତାଲିବାନୀଙ୍କ ହାତରୁ ବଞ୍ଚାଇ ଦିଅ’

ନୂଆଦିଲ୍ଲୀ : ତାଲିବାନ ଯୋଦ୍ଧା ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହୋଇ ପଡ଼ିଛି । ଏବେ ସେଠାରୁ ଶହ ଶହ ସାଧାରଣ ଜନତା ବିଭିନ୍ନ ଦେଶକୁ ଯିବା ପାଇଁ କାବୁଲ ଏୟାରପୋର୍ଟରେ ଭିଡ ଜମାଇଛନ୍ତି ।

ଏହି ଭିତରେ କାବୁଲ ଏୟାରପୋର୍ଟରୁ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଠି ଜଣେ ଆଫଗାନ୍‌ ଯୁବତୀ କାବୁଲ ବିମାନ ବନ୍ଦରରେ ଥିବା ଆମେରିକା ସୈନ୍ୟଙ୍କୁ ଗୁହାରୀ କରିଛନ୍ତି ତାଙ୍କୁ ବଞ୍ଚାଇ ଦେବାକୁ ।

ସେ ଅତି ଭୟ ଓ ଦୁଃଖରେ ତାଲିବାନଙ୍କ କବଳରୁ ନିଜକୁ ବଞ୍ଚାଇବା ପାଇଁ ଆମେରିକା ସୈନ୍ୟଙ୍କୁ ଗୁହାରି କରୁଛନ୍ତି । ସେ କହୁଛନ୍ତି ‘ଆମକୁ ଏଠାରୁ ବାହାର କରିଦିଅ, ନଚେତ୍‌ ତାଲିବାନ ଆମକୁ ମାରିଦେବ । ’

ଏହି ଭିଡ଼ିଓକୁ ଆଫଗାନିସ୍ତାନରେ ରିପୋର୍ଟିଂ କରୁଥିବା ଜଣେ ସାମ୍ବାଦିକ ତାଙ୍କ ଟ୍ଵିଟର ହାଣ୍ଡେଲରେ ସେୟାର କରିଛନ୍ତି । ଭିଡ଼ିଓ ଏବେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

Leave A Reply

Your email address will not be published.