କଟକରେ କ୍ଲୋରଫର୍ମ ପକାଇ ଯୁବତୀଙ୍କୁ ଅପହରଣ କରାଯାଉଥିବାର ଆସିଲା ଅଭିଯୋଗ, ଅଭିଭାବକଙ୍କ ମନରେ ପଶିଲା ଛନକା

କଟକ(କେନ୍ୟୁଜ୍):  କଟକରୁ  ଆସିଲା ଯୁବତୀ ଅପହରଣ  ଅଭିଯୋଗ। ଦିନ ଦ୍ବିପ୍ରହରରେ ଯୁବତୀଙ୍କ ମୁହଁରେ କ୍ଲୋରଫର୍ମ ପକାଇ ଦୁର୍ବୃତ୍ତ ଅପହରଣ କରିନେଉଥିବାର ଅଭିଯୋଗ ଆଣିଲେ ୩ ଯୁବତୀ। ଯାହାକୁ ନେଇ ଅଭିଭାବକଙ୍କ ମନରେ ପଶିଛି ଛନକା। ଯୁବତୀ ମାନଙ୍କ ଅଭିଯୋଗ ଅନୁସାରେ ରେଭେନ୍ସା ଛକରୁ ୩ ଜଣ ଛାତ୍ରୀ ଅଟୋରେ ବାଦାମବାଡି ଅଭିମୁଖେ ବାହାରିଥିଲେ । କିଛି ବାଟ ପରେ ରାଣିହାଟ କେନାଲ ନିକଟରେ ଅଟୋ ଡ୍ରାଇଭର ଅଟୋ ଛାଡି ବାହାରକୁ ଗଲା ଆଉ କିଛି ସମୟ ପରେ ପୁନର୍ବାର ଅଟୋକୁ ଆସି ଯୁବତୀ ମାନଙ୍କ ମୁହଁରେ କିଛି ସ୍ପ୍ରେ  କରିଥିଲା। ଯାହା ଦ୍ବାରା ଯୁବତୀମାନେ ଅଟୋ ଭିତରେ ହିଁ ବେହୋଶ ହୋଇଯାଇଥିଲେ। ଏହା ପରେ କଣ ଘଟିଥିଲା କେହି ଯାଣିନଥିବା କହିଛନ୍ତି ୩ ଛାତ୍ରୀ। ହୋସ୍ ଆସିବା ପରେ ସେମାନେ ଖଡଗପୁର ନିକଟରେ ଏକ ପରିତ୍ୟେକ୍ତ ଜାଗାରେ ପଡିଥିବାର ଜାଣିବାକୁ ପାଇଥିଲେ।  ପରେ ସେମାନେ ସ୍ଥାନୀୟ କିଛି  ଲୋକଙ୍କ  ସହାୟତାରେ କଟକ ଫେରି ଘରଲୋକଙ୍କୁ ସବୁକିଛି ଜଣାଇଥିଲେ। ଏହି ଘଟଣାକୁ ନେଇ କଟକ ପୋଲିସକୁ ପଚାରାଯିବାରୁ ସେମାନଙ୍କ ପାଖରେ ଏସମ୍ପର୍କିତ କିଛି ଖବର ନାହିଁ ବୋଲି କହିଛନ୍ତି । ତେବେ  ଘଟଣା ସତ କି ମିଛି  ଜଣା ପଡିନଥିବା ବେଳେ ଏହାକୁ ନେଇ ଅଭିଭାବକଙ୍କ ମନରେ ଏକ ପ୍ରକାର ଛନକା ପଶିଥିବାର ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.