Below header

ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା: ତଳକୁ ପଡି ଜଣେ ମୃତ, ଜଣେ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବମିଖାଲ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା। ଓଭରବ୍ରିଜରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ କେଦାରଗୌରି ବିହାର ଅଞ୍ଚଳର ସବ୍ୟସାଚୀ ପୃଷ୍ଟି । ଗୁରୁତର ଯୁବକ ହେଲେ ସୁନ୍ଦରପଦାର ସମିତ କୁମାର ପାତ୍ର ।

ଭୁବନେଶ୍ବର (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବମିଖାଲ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା। ଓଭରବ୍ରିଜରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ କେଦାରଗୌରି ବିହାର ଅଞ୍ଚଳର ସବ୍ୟସାଚୀ ପୃଷ୍ଟି । ଗୁରୁତର ଯୁବକ ହେଲେ ସୁନ୍ଦରପଦାର ସମିତ କୁମାର ପାତ୍ର । ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ଦୁଇଜଣ ଯୁବକ ବୁଲେଟରେ ଆସୁଥିବା ବେଳେ ବମିଖାଲ ଓଭର ବ୍ରିଜ ଡିଭାଇଡରରେ ବାଡେଇ ହୋଇ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ଲକ୍ଷ୍ମୀ ସାଗର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.