ଆଇସିସି ଦିନିକିଆ ରାଙ୍କିଂ: ଟପ୍-୨ରେ ଶୁବମନ ଗିଲ, ଉପରକୁ ଉଠିଲେ କୋହଲି ଏବଂ ରୋହିତ ଶର୍ମା

ବିଶ୍ୱକପ ପୂର୍ବରୁ ଆଇସିସି ଦିନିକିଆ ରାଙ୍କିଂ ତାଲିକା ପ୍ରକାଶ କରିଛି । ଏଥିରେ ଟପ୍‌ ୧୦ ଜଣଙ୍କ ଭିତରେ ଭାରତୀୟ ୩ ବ୍ୟାଟର ରହିଛନ୍ତି । ଶୁବମନ ଗିଲ୍‌ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କୋହଲି ୮ମ ଏବଂ ରୋହିତ ୯ ନଂ ସ୍ଥାନରେ ରହିଛନ୍ତି ।

ଆଇସିସି ଦିନିକିଆ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଆଇସିସି ଦିନିକିଆ ରାଙ୍କିଂରେ ଭାରତର ୩ ବ୍ୟାଟର୍ ରହିଛନ୍ତି । ଟପ୍-୨ରେ ଭାରତୀୟ ଓପନର ଶୁବମନ ଗିଲ । ୨୦୧୯ ଜାନୁଆରୀ ପରେ ଏହା ପ୍ରଥମ ଥର ଯେବେ ଦିନିକିଆ ରାଙ୍କିଂର ଟପ୍ ୧୦ରେ ପହଞ୍ଚିଛନ୍ତି ଭାରତର ୩ ବ୍ୟାଟର । ଗିଲଙ୍କ ବ୍ୟତୀତ କ୍ୟାପଟେନ ବିରାଟ କୋହଲି ୮ମ ଓ ତାରକା ବ୍ୟାଟର ରୋହିତ ଶର୍ମା ୯ମ ସ୍ଥାନରେ ରହିଛନ୍ତି । ୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ଆଇସିସି ରାଙ୍କିଂର ଟପ୍ ୧୦ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।

ଏସିଆ କପ ପାକିସ୍ତାନ ବିପକ୍ଷ ମ୍ୟାଚରେ ଧୂଆଁଧାର ଅର୍ଦ୍ଧଶତକ ସହ ୫୮ ରନ୍ କରିଥିଲେ ଶୁବମନ ଗିଲ । ଏସିଆ କପରେ ଗିଲ୍ ଦମଦାର ପ୍ରଦର୍ଶନ ସହ ଏଯାଏ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏସିଆ କପରେ ଗିଲ୍ ଏଯାଏ ଦୁଇଟି ଅର୍ଦ୍ଧଶତକ ସହ ୧୫୪ ରନ କରିଛନ୍ତି। ଏହି ପ୍ରଦର୍ଶନ ଯୋଗୁ ଗିଲ୍ଙ୍କୁ ଆଇସିସି ରାଙ୍କିଂରେ ଫାଇଦା ମିଳିଛି। ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ ପାର୍ଟନରସିପ କରି ୧୨୧ ରନ୍ କରିଥିଲେ । ମ୍ୟାଚରେ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ବିରାଟଙ୍କ ୧୨୨ରନର ପାଳି ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲା ।

୨୦୧୯ ଜାନୁଆରୀ ରେ ପ୍ରକାଶିତ ଦିନିକିଆ ରାଙ୍କିଂରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଶିଖର ଧୱନ ଟପ-୧୦ରେ ରହିଥିଲେ । ସଦ୍ୟ ପ୍ରକାଶିତ ରାଙ୍କିଂରେ ୮୬୩ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ । ବାବର ମୋଟ ୮୬୩ ପଏଣ୍ଟ ସହ ରାଙ୍କିଙ୍ଗର ୧ ନଂ ସ୍ଥାନରେ ଓ ଗିଲ୍ ୭୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସେହିପରି ବିରାଟ କୋହଲି ୨ଟି ସ୍ଥାନ ଉପରକୁ ଉଠି ୮ନଂ ଓ ରୋହିତ ୯ନଂରେ ପହଞ୍ଚିଛନ୍ତି। ରୋହିତ ଏସିଆ କପରେ କ୍ରମାଗତ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ ପାକିସ୍ତାନ ବିପକ୍ଷରେ ଅପରାଜିତ ୧୨୨ ରନର ଇନିଂସ ଖେଳିଥିଲେ। ସେହିପରି ବୋଲିଂ ବିଭାଗରେ ଚାଇନାମ୍ୟାନ ସ୍ପିନର କୁଳଦୀପ ଯାଦବ ସପ୍ତମ ସ୍ଥାନରେ ପହଞ୍ଚିଥିବା ବେଳେ ମହମ୍ମଦ ସିରାଜ ନବମ ସ୍ଥାନ ଅକ୍ତିଆର କରିଛନ୍ତି । ତେବେ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଜୋସ ହାଜେଲଉଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.