ଗଜପତି: କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ଯୁବକର ଥାନାରେ ଆତ୍ମସମର୍ପଣ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ସଙ୍ଗରୋଧ କେନ୍ଦ୍ରରୁ ଫେରାର ଜଣେ ଅନ୍ତେବାସୀ ଆଜି ଅଡବା ପୋଲିସ ନିକଟରେ ଆତ୍ମସମର୍ପଣ କରିଛିନ୍ତି l ସୂଚନା ମୁତାବକ ଅଡବା ଥାନା ଦମାଦୁଆ ପଞ୍ଚାୟତ ଅନ୍ତର୍ଗତ ଘାସପଦା ଗ୍ରାମର ଜଣେ ଯୁବକ ଆନ୍ଧ୍ରପ୍ରଦେଶରୁ ଆସି ଲୁହାଗୁଡ଼ି ସଙ୍ଗରୋଧକେନ୍ଦ୍ର ରହିଥିଲେ । କିନ୍ତୁ ହଠାତ ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ଯୁବକ ଜଣକ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଯାଇଥିଲେ l ଏନେଇ ପ୍ରଶାସନ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

ଏହାସହ ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ପୃକ୍ତ ଯୁବକର ସନ୍ଧାନ ଜୋରଦାର କରାଯାଇଥିଲା। ଆଜି ସନ୍ଧ୍ୟାରେ ଯୁବକ ଜଣକ ନିଜେ ଅଡବା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି l ପରେ ଯୁବକକୁ ସଙ୍ଗରୋଧ କେନ୍ଦ୍ର ନିୟମ ଖିଲାପ ଅଭିଯୋଗରେ ପୁଣି ୧୪ ଦିନିଆ ସଙ୍ଗରୋଧରେ ରଖିବା ପାଇଁ ଲୁହାଗୁଡି ସଙ୍ଗରୋଧ କେନ୍ଦ୍ରକୁ ପଠାଇଦିଆଯାଇଥିବା ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.