ସାନ ଭାଇକୁ ହତ୍ୟା କରି ବିଲରେ ପୋଡିଦେଲେ ଦୁଇ ବଡ ଭାଇ, ଅଧାପୋଡା ମୃତଦେହ ଜବତ କଲା ପୋଲିସ୍

ବୌଦ୍ଧ: ଭାଇକୁ ହତ୍ୟା କଲା ଭାଇ। ହତ୍ୟା ପରେ ବିଲରେ ପୋଡିଦେଲେ। ରିଜର୍ଭ ପୋଲିସ କନେଷ୍ଟବଳଙ୍କୁ ହତ୍ୟା କଲେ ୨ ବଡ ଭାଇ। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲ୍ଲିକପଡ଼ା ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡା ମୃତଦେହ ଜବତ କରିଛି। ମୃତକ ହେଉଛନ୍ତି ସନ୍ତୋଷ ଜାନୀ।

ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୌଣସି କାରଣକୁ ନେଇ ଭାଇ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଓ ବଚସା ହୋଇଥିଲା। ଏହାପରେ ବଡଭାଇ ଓ ମଝିଆ ଭାଇ ମିଶି ସାନ ଭାଇକୁ ହତ୍ୟା କରି ପୋଡି ଦେଇଥିଲେ। ବାଉଁଶୁଣୀ ପୋଲିସ ଅଧାପୋଡା ମୃତଦେହ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ କରୁଛି। ଘଟଣା ପରେ ଦୁଇ ଭାଇ ଫେରାର ହୋଇଯାଇଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.