ହତ୍ୟା ଉଦ୍ୟମ କରି ଯୁବକ ଗିରଫ, କୋର୍ଟ ଚାଲାଣ କଲା ପୋଲିସ

ଖଜା ଦୋକାନରେ ଆତଙ୍କ ସୃଷ୍ଟି କରିବା ପରେ ହତ୍ୟା ଉଦ୍ୟମ କରି ପୁରୀ ଟାଉନ ଥାନା ପୋଲିସ ଦ୍ବାରା ଗିରଫ ହୋଇଛି ମୂଷା ଓରଫ ବାବୁଲି କୁମାର ସ୍ବାଇଁ ।

ପୁରୀ : ଖଜା ଦୋକାନରେ ଆତଙ୍କ ସୃଷ୍ଟି କରିବା ପରେ ହତ୍ୟା ଉଦ୍ୟମ କରି ପୁରୀ ଟାଉନ ଥାନା ପୋଲିସ ଦ୍ବାରା ଗିରଫ ହୋଇଛି ମୂଷା ଓରଫ ବାବୁଲି କୁମାର ସ୍ବାଇଁ । ଗତ ୨୯ ତାରିଖ ଅପରାହ୍ନରେ ଆଚାରୀ ମଠ ନିକଟରେ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଘର ସମ୍ମୁଖରେ ଏକ ଅଟୋ ପାର୍କିଂ କରିଥିବା ବେଳେ ଅଭିଯୁକ୍ତ ମୂଷା ଉତ୍ପାତ କରି ଏକ ଇଟା ଖଣ୍ଡ ମାଡ କରିଥିଲା। ଏହି ଇଟା ଖଣ୍ଡ ମାଡ଼ରେ ଗୋପାଳ ରକ୍ତାକ୍ତ ହୋଇଥିଲେ। ପୋଲିସ ଏକ ହତ୍ୟା ଉଦ୍ୟମ  ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛି।  ଯୁବକ ଗିରଫ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.