ପ୍ରେମ ନେଲା ପ୍ରେମିକାର ଜୀବନ, କେରଳରେ ହତ୍ୟାକଲା କନ୍ଧମାଳରେ ଗିରଫ ହେଲା ପ୍ରେମିକ

କେରଳକୁ କାମ କରିବାକୁ ଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ରହିଥିଲା l କିନ୍ତୁ ପ୍ରେମିକ ସାମୁଏଲ ପୂର୍ବରୁ ବିବାହିତା ଜାଣିବା ପରେ ବିରୋଧ କରିଥିଲେ ପ୍ରେମିକା ଯୁବତୀ ଜଣକ l ଗତ ୨ ଏପ୍ରିଲରେ ସାମୁଏଲ ନିଜ ପ୍ରେମିକା ସହ କଥା ହେବା ବାହାନା ରେ ଡାକି ଛୁରୀରେ ଆକ୍ରମଣ କରିଥିଲା l ଆଉ ଆକ୍ରମଣର ଦୁଇ ଦିନ ପରେ ପ୍ରେମିକା ଯୁବତୀଙ୍କ ମୃତ୍ୟୁ ହୋଇଥିଲା l

ବାଲିଗୁଡ଼ା : ତଳେ ପଡ଼ି ଚିତ୍କାର କରୁଛନ୍ତି ଏହି ମହିଳା ଜଣକ । ପାଟିରେ ତାଙ୍କର ଗୋଟାଏ ଶଦ୍ଦ କବାଟ ଖୋଲନା ସେ ପୁଣି ଆସିଯିବ ଆଉ ମୋତେ ମାରିଦେବ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଛନ୍ତି ଏହି ପ୍ରେମିକା । ଯିଏ କି ପ୍ରେମିକର ଆକ୍ରୋଶମୂଳକ ଆକ୍ରମଣ ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏହି ଦୃଶ୍ୟ କ୍ଷଣକ ପାଇଁ ସେହି ସ୍ଥାନରେ ସମସ୍ତଙ୍କୁ ଚକିତ କରିଥିଲା କାରଣ ଏହି ଆକ୍ରମଣ ସମସ୍ତଙ୍କୁ ଡରାଇ ଦେଇଥିଲା । କେରଳ ରାଜ୍ୟର ଆଲପୁଚ ଜିଲ୍ଲା ପିଚୁଲା ଥାନା ଅଞ୍ଚଳ ରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ l

ତେବେ ସମ୍ପୂର୍ଣ୍ଣ ଘଟଣା ହେଉଛି, ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଚେଡ଼ି ଗାଁ ର ଯୁବତୀଙ୍କ ସହ ସାମୁଏଲଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କେରଳକୁ କାମ କରିବାକୁ ଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ରହିଥିଲା l କିନ୍ତୁ ପ୍ରେମିକ ସାମୁଏଲ ପୂର୍ବରୁ ବିବାହିତା ଜାଣିବା ପରେ ବିରୋଧ କରିଥିଲେ ପ୍ରେମିକା ଯୁବତୀ ଜଣକ l ଗତ ୨ ଏପ୍ରିଲରେ ସାମୁଏଲ ନିଜ ପ୍ରେମିକା ସହ କଥା ହେବା ବାହାନା ରେ ଡାକି ଛୁରୀରେ ଆକ୍ରମଣ କରିଥିଲା l ଆଉ ଆକ୍ରମଣର ଦୁଇ ଦିନ ପରେ ପ୍ରେମିକା ଯୁବତୀଙ୍କ ମୃତ୍ୟୁ ହୋଇଥିଲା l ଯେଉଁ ପ୍ରେମ ଉପରେ ବିଶ୍ୱାସ କରିଥିଲେ ସେହି ପ୍ରେମ ନେଇଗଲା ପ୍ରେମିକାର ଜୀବନ ।

କେରଳର ପିଚୁଲା ଥାନାରେ ଏକ ମାମଲା ରୁଜୁ କରି ସେଠାକାର ପୋଲିସ ତଦନ୍ତ ଚଳାଇଥିଲା l କେରଳରେ ନିଜ ପ୍ରେମିକା କୁ ବିଭତ୍ସ ଭାବେ ଛୁରୀ ରେ ଆକ୍ରମଣ କରି ହତ୍ୟା କରିଥିବା ହତ୍ୟାକାରୀ ପ୍ରେମିକ କନ୍ଧମାଳ ରେ ଗିରଫ ହୋଇଛି l ଗିରଫ ପ୍ରେମିକ ହେଲା କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରାମନିଗୁଡା ଗାଁ ର ସାମୁଏଲ ବଡ଼ମାଝି l ହତ୍ୟା ପରେ ପ୍ରେମିକ ସାମୁଏଲ ବଡ଼ମାଝି କେରଳରୁ ଖସି ଆସି କୋଟଗଡ଼ ଥାନା ସୁବର୍ଣ୍ଣଗିରି ପଞ୍ଚାୟତର ରଙ୍ଗାପଙ୍ଗା ଗାଁ ରେ ନିଜ ଶଶୁର ଘରେ ରହିଥିଲା l ତେବେ କେରଳ ପୋଲିସ କୋଟଗଡ଼ ଥାନା ଅଧିକାରୀଙ୍କ ସହାୟତାରେ ହତ୍ୟାକାରୀ ସାମୁଏଲ ନିଜ ଶଶୁର ଘରେ ରହିଥିବା ଜାଣିବାକୁ ପାଇଥିଲା l କେରଳ ପୋଲିସର ଏକ ଟିମ୍‌ କୋଟଗଡ଼ ପୋଲିସ ସହାୟତାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି l

କୋଟଗଡ଼ ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ସହାୟତା ରେ କେରଳ ପୋଲିସର ଏକ ଟିମ ହତ୍ୟାକାରୀ ପ୍ରେମିକକୁ ଗିରଫ କରିଛି l ରାଇକିଆ ଥାନା ଚାଞ୍ଚେଡ଼ି ଗାଁ ର ଯୁବତୀ, ସାମୁଏଲଙ୍କ ମଧ୍ୟରେ କେରଳକୁ କାମ କରିବାକୁ ଯାଇଥିବା ବେଳେ ପ୍ରେମ ସମ୍ପର୍କ ରହିଥିଲା ବୋଲି ଜଣାପଡ଼ିଛି l କିନ୍ତୁ ପ୍ରେମିକ ସାମୁଏଲ ପୂର୍ବରୁ ବିବାହିତା ଥିଲେ ତଥାପି ଏହି ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରେମିକା ତାଙ୍କ କଥାରେ ରାଜି ନହେବାରୁ ତାଙ୍କୁ ଛୁରୀ ରେ ଆକ୍ରମଣ କରିଥିଲା ଅଭିଯୁକ୍ତ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.