କେନାଲ ପୋଲରୁ ଖସି ଜଣେ ମୃତ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତ୍ରଗତ ସିଦ୍ଧଳ ଗ୍ରାମର ତଳସାହି କେନାଲ ପୋଲ ଉପରୁ ବିଳମ୍ବିତ ରାତ୍ରରେ ବାଇକ ସହ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି |

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତ୍ରଗତ ସିଦ୍ଧଳ ଗ୍ରାମର ତଳସାହି କେନାଲ ପୋଲ ଉପରୁ ବିଳମ୍ବିତ ରାତ୍ରରେ ବାଇକ ସହ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି | ଖବର ପାଇ ଆଜି ଭୋରରୁ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି | ସୂଚନା ମୁତାବକ ସଦର ବ୍ଲକ କନ୍ତାର ଗ୍ରାମର ୫୮ ବର୍ଷୀୟ ଶରତ ଦାସ କାଲି ରାତିରେ ନିକଟସ୍ଥ କନକଦୁର୍ଗା ପିଠକୁ ବାରୁଣୀ ଯାତ୍ରା ଦେଖିବାକୁ ଯାଇଥିଲେ |

ବିଳମ୍ବିତ ରାତ୍ରରେ  ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିବା ସମୟରେ ସିଦ୍ଧଳସ୍ଥିତ ତଳସାହି କେନାଲ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ | ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରି କେନାଲ ଭିତରେ ସାଇକେଲ  ସହ ମୁହଁମାଡି ମୃତ୍ୟୁ ଅବସ୍ଥାରେ ପଡିଥିବାର ଦେଖିଥିଲେ | ପରେ ଜଗତସିଂହପୁର ପୋଲିସକୁ ଖବର ଦେଲାପରେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଶବ ବ୍ୟବଛେଦ ନିମନ୍ତେ ଭର୍ତ୍ତି କରିଛି |

ପରିବାରର ଏକମାତ୍ର ରୋଜଗାରକ୍ଷମ ଶରତଙ୍କ ପରିବାରରେ ପତ୍ନୀଙ୍କ ସହ ୪ ଅବିବାହିତ ଝିଅ ତାଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିଲେ | ତାଙ୍କ  ଅକାଳ ମୃତ୍ୟୁରେ ପରିବାର ସମ୍ପୂର୍ଣ୍ଣଭାବେ ଭାଙ୍ଗି ପଡିଛି | ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.