Below header

ସୁନ୍ଦରଗଡ ବଡଗାଓଁ ଗ୍ରାମରେ ଅସ୍ଥାୟୀ ଶିବିରରେ ରହୁଥିବାବେଳେ ଯୁବକଙ୍କ ଆତ୍ମହତ୍ୟା

ବଣାଇ : ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଳକ୍ ଅନ୍ତର୍ଗତ ବଡଗାଓଁ ଗ୍ରାମର ଆନନ୍ଦ ଲାକ୍ରା ନାମକ ଜଣେ ଯୁବକ ଗୁରୁଣ୍ଡିଆ ଅସ୍ଥାୟୀ ଶିବିରରେ ରହୁଥିବାବେଳେ ଗତକାଲି ଏକ ଗଛରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣଙ୍କ ହିମାଚଳ ପ୍ରଦେଶରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଳେ । ଫେବ୍ରୁଆରୀ ୧୨ରେ ସେ ଟ୍ରେନ୍ ଓ ବସ୍ ଯୋଗେ ଗାଁକୁ ଫେରିଥିଲେ । ତେବେ ଘରେ ପହଁଚିବାପରେ ତାଙ୍କୁ ଜ୍ବର ହୋଇଥିଲା । ଏହାପରେ ସେ ଡାକ୍ତରଙ୍କ ପାଖକୁ ଚିକିତ୍ସା ହେବାକୁ ଯାଇଥିଲେ । ସେଠାରେ ଫେରିବା ପରେ ତାଙ୍କୁ ଅସ୍ଥାୟୀ ଶିବିରରେ ରହିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଗତକାଲି ତାଙ୍କର ମୃତଦେହ ଉକ୍ତ ଶିବିରରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଗୁରୁଣ୍ଡିଆ ବିଡିଓ, ତହସିଲଦାର,ଏସଡିପିଓ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.