‘ଝଡାଫୁଙ୍କାରେ ଭଲ ହୋଇଯିବ କରୋନା, ବଞ୍ଚିବାର ଅଛି ଯଦି ଘରୁ ବାହାର’… ଏଭଳି ଗୁଜବ ପ୍ରଚାରିତ କରି ଲୋକଙ୍କୁ ମେଳି କରିଥିଲେ, 47 ଜଣଙ୍କୁ ଉଠାଇନେଲା ପୋଲିସ

ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନ ବଢିଚାଲିଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ପୋଲିସ ଏହି ଘଟଣାରେ ଏକ ଗୋଷ୍ଠୀକୁ ଗିରଫ କରିଛି, ଯେଉଁମାନେ ଝଡାଫୁଙ୍କା ଦ୍ୱାରା କରୋନା ଭଲ ହୋଇଯିବାର ଗୁଜବ ପ୍ରଚାରିତ କରୁଥିଲେ ଏବଂ ଲୋକମାନଙ୍କୁ ପଥଭ୍ରମ କରୁଥିଲେ।

ପଶ୍ଚିମ ଦିଲ୍ଲୀର ଖ୍ୟାଲା ଥାନା ପୋଲିସ ଏହି ଗୋଷ୍ଠୀକୁ ଗିରଫ କରିଛି। ଏମାନେ ଭିଡ଼ କରାଇ ଲୋକମାନଙ୍କୁ ତନ୍ତ୍ରମନ୍ତ୍ରର କାହାଣୀ ଶୁଣାଉଥିଲେ ଏବଂ ଘରୁ ବାହାରକୁ ବାହାରିବା ପାଇଁ କହୁଥିଲେ। ଏ ନେଇ ସୂଚନା ମିଳିବା ପରେ ପୋଲିସ ଅଲଗା ଅଲଗା ମାମଲାରେ 47 ଜଣଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ପଚରା ଉଚରା ଜାରି ରଖିଛି।

3

ପୋଲିସର କହିବା ଅନୁଯାୟୀ, ଖ୍ୟାଲା ଅଞ୍ଚଳରେ ଲୋକଙ୍କ ଭିଡକୁ ନେଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ 30ରୁ ଅଧିକ ଥର କଲ ଆସିଥିଲା। ଏହାପରେ ଅଭିଯୁକ୍ତମାନଙ୍କୁ ଧରାଯାଇଥିଲା। ଚକିତ କଲା ଭଳି କଥା ହେଲା, ସବୁ ମାମଲାରେ ଅଭିଯୁକ୍ତମାନେ ଏକ ପ୍ରକାର କାହାଣୀ କହିଛନ୍ତି ।

ଅଭିଯୁକ୍ତମାନଙ୍କ କହିବା ହେଲା, ସେମାନେ ଲୋକଙ୍କୁ ଏକାଠି କରାଇ କରୋନା ଭାଇରସ କିଛି ନୁହେଁ ବୋଲି କହୁଥିଲେ। ଏଥିରେ କିଛି ହେବାର ନାହିଁ। ସରକାର ମିଥ୍ୟା ଆଦେଶ ଜାରି କରୁଛନ୍ତି। ଯଦି ବଞ୍ଚିବାର ଅଛି ତ ଘରୁ ବାହାରକୁ ବାହାରନ୍ତୁ। ଯଦି କିଛି ହେଲା ତା’ ହେଲେ ଝଡାଫୁଙ୍କା ଦ୍ୱାରା ରୋଗ ଭଲ ହୋଇଯିବ। ତେବେ ପୋଲିସ ବର୍ତ୍ତମାନ ଏହା ଜାଣିବା ପାଇଁ ଚେଷ୍ଟା କରୁଛି ଯେ ଏହି ଗୋଷ୍ଠୀ କାହା ପାଇଁ କାମ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.