Below header

ବଜାରକୁ ଆସିଲା କରୋନା ପେଣ୍ଡେଣ୍ଟ, କମ୍ପାନୀ ମାଲିକ କହିଲେ ଏହା ହେଉଛି କରୋନା ଉପରେ ଆମ ବିଜୟର ପ୍ରତୀକ

କରୋନା ଭାଇରସ ନାଁ ଶୁଣିବା କ୍ଷଣି ଏବେ ଯେମିତି ଲୋକଙ୍କ ମନରେ ଛନକା ପଶୁଛି । ବିଶ୍ଵବ୍ୟାପୀ ଏହି ମାରାତ୍ମକ ଭାଇରସ ପାଖାପାଖି ୮୮,୦୦୦ ମୁଣ୍ଡ ନେଲାଣି ଯେବେକି ଆମ ଦେଶ ଭାରତରେ କେବଳ ଏଯାବତ ୧୬୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏମିତି ଏକ ଦୁସ୍ଥିତିରେ ଏହାର ଯୋଦ୍ଧା ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ  ମାର୍କେଟରେ ଲଞ୍ଚ ହୋଇଛି ସ୍ୱତନ୍ତ୍ର କରୋନା ପେଂଡେଣ୍ଟ । ପ୍ରକୃତରେ ରୁଷ ସ୍ଥିତ ଏକ ମେଡ଼ିକାଲ କମ୍ପାନୀରେ କାର୍ଯ୍ୟରତ ଡ଼. ବୋରବେବ ହିଁ ଏହି ସ୍ୱତନ୍ତ୍ର ପେଣ୍ଡେଣ୍ଟଟିକୁ ମାର୍କେଟରେ ଲଞ୍ଚ କରିଛନ୍ତି ।

କରୋନା ମହାମାରୀ ଆରମ୍ଭରୁ ହିଁ କମ୍ପାନୀ ଏହାର ଅନଲାଇନ ବିକ୍ରି ଆରମ୍ଭ କରିଦେଇଥିଲା । ଏହାର ଦର ହଜାରେ ଟଙ୍କା ରଖାଯାଇଥିବା ଜଣାଯାଇଛି । କିଛି ଲୋକ ଏହାକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ କିଛି ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି । ଏହାର ଜବାବରେ କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛିକି, କରୋନା ଲଢେଇରେ ପ୍ରମୁଖ ଭୂମିକା ତୁଲାଉଥିବା ଡାକ୍ତରଙ୍କ ଉଦ୍ଦେଶ୍ୟରେ ହିଁ ଏହାକୁ ପ୍ରସ୍ତୁତ କରାଯାଇଛି । କରୋନା ବିରୋଧୀ ଲଢେଇରେ ଏହା ଆମ ବିଜୟର ପ୍ରତୀକ ।

କରୋନା ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କୁ ଏହି ପେଣ୍ଡେଣ୍ଟକୁ ସ୍ପେଶାଲ ଗିଫ୍ଟ ଭାବେ ଦେବାକୁ ଚାହୁଁଛନ୍ତି । ପେଂଡେଣ୍ଟ ପରେ ଏବେ କମ୍ପାନୀ କରୋନା ବ୍ରୋଚ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଚଳାଇଛି କମ୍ପାନୀ । କମ୍ପାନୀ ସିଇଓଙ୍କ କହିବା ଅନୁଯାୟୀ, ଏହି ପେଣ୍ଡେଣ୍ଟ ଏବେ ମାର୍କେଟରେ ଖୁବ ମାତ୍ରାରେ ଟ୍ରେଣ୍ଡ ହେବାରେ ଲାଗିଛି । ଆଗକୁ ଏହି କମ୍ପାନୀ କରୋନାକୁ ନେଇ ଅନ୍ୟାନ ଗହଣା ମାନ ପ୍ରସ୍ତୁତି କରିବା ନେଇ ଲକ୍ଷ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.