Below header

ଅଜଣାଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଯାଜପୁର ଟାଉନ(କେନ୍ୟୁଜ୍‌) : ଅଜଣା ଗାଡ଼ି ଧକ୍କାରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ସୟଦପୁରରେ । ମୃତ ଯୁବକ ହେଲେ ବିଂଝାରପୁର ରଘୁନାଥପୁର ଗ୍ରାମର ପ୍ରତାପ ଧଳଙ୍କ ପୁଅ ସତ୍ୟ ରଞ୍ଜନ ଧଳ।

ସତ୍ୟ ନିଜ ଭଉଣୀଙ୍କ ବିଭାଘରର ମାର୍କେଟିଂ କରି ଘରକୁ ଫେରୁଥିବା ସମୟରେ ସୟଦପୁର ବଜାର ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଗଲା। ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଂଝାରପୁର ପୋଲିସ ଘଟଣାର ତଦନ୍ତ ଜାରି ରଖି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.