Below header

ଦେଶୀ ମଦ ସହ ବୋଲେରୋ ଜବତ, ଜଣେ ଗିରଫ

ଭଦ୍ରକ(କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ଵାର୍ଡ ପେଟ୍ରୋଲିଂ କରୁଥିବା ବେଳେ ବାସୁଦେବପୁର ଟେରା ଛକରୁ ଦେଶୀ ମଦ ଥିବା ଏକ ବୋଲେରୋକୁ ଜବତ କରିଛି । ଏଥିରେ ଥିବା ୮୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗିରଫ କରିଛି ।

ସେ ହେଲା ନୀଳଗିରି ଥାନା ଚତର ଗ୍ରାମର ରାକେଶ କୁମାର ମେଦିନରାୟ ଓ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ୭୨/୨୧-୨୨ରେ ଏକ ମାମଲା ରୁଜୁ ହୋଇଛି । ଉକ୍ତ ଚଢାଉରେ ଏ.ଏସ୍.ଆଇ ଭବେଶ ଦାସ, ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଞ୍ଜନ ସେଠୀ, ଖଗେଶ୍ୱର ଜେନା ଓ ଅନବାଦିତ୍ୟ ବାରିକ ପ୍ରଭୃତି ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.