Below header

ରାମ ମନ୍ଦିରରେ ଭରତ ଚୋର

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍‌) :  ରାମ ମନ୍ଦିରରୁ ଭରତ ଚୋରି କରିନେଇଛି । ଏହି ଖବର ଏବେ ବେଶ ଚର୍ଚ୍ଚା ଚାଲିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସତ୍ୟ ଯୁଗରେ ସିନା ରାମଙ୍କ ଆଜ୍ଞାକାରୀ ଥିଲେ ଭରତ । ହେଲେ ଏବେ କଳିଯୁଗରେ ରାମଙ୍କୁ ଆଉ ଡରୁନାହାଁନ୍ତି ଭରତ । ରାମଙ୍କ ଘରେ ପଶି ମଧ୍ୟ ଚୋରି କରିବାକୁ ପଛାଉ ନାହାଁନ୍ତି । କଥାଟା ଟିକେ ଅଡୁଆ ଲାଗୁଥିବ । ହେଲେ ଘଟଣାଟି ଥିଲା ଏପରି ।

ପଟ୍ଟାମୁଣ୍ଡାଇ ଦାଣ୍ଡିସାହିରେ ଥିବା ରାମ ମନ୍ଦିରରୁ ରାମ, ଲକ୍ଷଣ ଓ ସୀତାଙ୍କ ମୂର୍ତ୍ତି ସହ ପୂଜାରେ ବ୍ୟବହୃତ ସାମଗ୍ରୀ କେହି ଦୁର୍ବୃତ୍ତ ଚୋରି କରିନେଇଥିଲା । ଗତକାଲି ପୋଲିସ ଅଭିଯୁକ୍ତ ଭରତ ମଲ୍ଲିକଙ୍କ ଘରୁ ଚୋରି ଜିନିଷ ଜବତ କରିବା ସହ ଭରତକୁ ଗିରଫ କରିବାକୁ ଯାଇଥିଲା । ହେଲେ ପୋଲିସକୁ ଦେଖି ଭରତ ନଦୀକୁ ଡେଇଁ ପଡ଼ିଥିଲା ।

pattamundai police

ଭରତକୁ ନଦୀକୁ ଡେଇଁବା ଦେଖି ପୋଲିସ ବି ତା ପଛେ ପଛେ ନଦୀକୁ ଡଙ୍ଗାରେ ଯାଇ ଭରତକୁ ଗିରଫ କରିଥିବା ଜଣାଯାଇଛି । ଚୋରି ସାମଗ୍ରୀ ଉଦ୍ଧାର ନେଇ ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ସୂଚନା ଦେଇଛନ୍ତି । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.