Below header

ବଲାଙ୍ଗିର କିମ୍ସ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର(କେନ୍ୟୁଜ୍‌) : ବଲାଙ୍ଗିର କିମ୍ସ କୋଭିଡ ହସ୍ପଟାଲ ରେ ପାଳନ ହେଲା ରୋଗୀଙ୍କ ଜନ୍ମଦିନ । ଏହାକୁ ପାଳନ କରିଛନ୍ତି କିମ୍ସର କର୍ମଚାରୀମାନେ । ଜଣେ ରୋଗୀଙ୍କ ମନୋବଳକୁ ସୁଦୃଢ଼ କରିବା ପାଇଁ କର୍ମଚାରୀମାନଙ୍କର ଏହି ଉଦ୍ୟମକୁ ପ୍ରଶଂସା କରାଯାଇଛି ।

ସୂଚନାନୁଯାୟୀ, ଆଜି କାମାକ୍ଷା ହେର୍ଣ୍ଣା ନାମକ ଜଣେ ରୋଗୀ ଙ୍କ ଜନ୍ମ ଦିନ ଥିଲା । କିମ୍ସ ର କର୍ମଚାରୀ ମାନେ ପିପିଇ କିଟ ପିନ୍ଧି ରୋଗୀ ଙ୍କ ସହ ଜନ୍ମଦିନ ପାଳନ କରିଥିବାର ଦେଖାଯାଇଥିଲା । କିମ୍ସ କର୍ମଚାରୀଙ୍କ ଏଭଳି ଉଦ୍ୟମ ରୋଗୀଙ୍କ ମନୋବଳକୁ ସୁଦୃଢ କରିବା ସହ ରୋଗୀ ଓ ହସ୍‌ପିଟାଲ କର୍ମଚାରୀଙ୍କ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିଛି ।

କିମ୍ସ କର୍ମଚାରୀଙ୍କ ଏପରି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି। ରୋଗୀ ଜଣକ ୩୪ ଦିନ ହେବ ବଲାଙ୍ଗୀର କୋଭିଡ ଡାକ୍ତର ଖାନାର ଆଇସିୟୁ ରେ ଚିକିତ୍ସିତ ହେଉଥିବା ବେଳେ ୧୨ ଦିନ ପୂର୍ବରୁ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଛି ।

ଆଜି ଏହି ଖୁସିରେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି କିମ୍ସର କର୍ମଚାରୀମାନେ । ପୂର୍ବରୁ ଡାକ୍ତର ଖାନାରେ ରୋଗୀ ଙ୍କୁ ଖିଅର କରିବା ହେଉ କି ଡାକ୍ତର ଖାନା ର କର୍ମଚାରୀ ଙ୍କ ନାଚ ସବୁ କାମକୁ ବଲାଙ୍ଗିର ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.