Below header

ବ୍ରହ୍ମପୁର: ବ୍ରିଜ୍ ନିର୍ମାଣ ଚାଲିଛି କିନ୍ତୁ ଠିକାଦାର ଲଗାଇନାହାନ୍ତି ସେଫ୍ଟି ୱାଲ, ନିର୍ମାଣଧୀନ ବ୍ରିଜରେ ଗଳି ପଡି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହରର ଆଙ୍କୁଲି ପଣ୍ଡା କଲୋନୀ ନିକଟରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ପ୍ରାଣୀ ହାନୀ ଘଟିଛି  । ଓଭରବ୍ରିଜ୍ ତଳେ ନିର୍ମାଣଧୀନ ଏକ ଡ୍ରେନ ଭିତରେ ଯୁବକ ଜଣକ ପଡ଼ି ଲୁହା ରଡ୍ ପଶିଯିବା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି  । ମୃତ ଯୁବକ ଜଣକ ହେଲେ ଲାଞ୍ଜିପଲ୍ଲୀ ତୋଟା ସାହିର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ  । ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଓ ବୈଦ୍ୟନାଥପୁର ଥାନା ପୋଲିସକୁ ଖବର ଦେଇଥିଲେ  । ପରିବାର ଲୋକେ ପହଞ୍ଚି ଚିହ୍ନିବା ପରେ ପୋଲିସ ଟାଉନ ଏସଡିପିଓ ଓ ଥାନା ଅଧିକାରୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା  ସହ ତଦନ୍ତ ଆରମ୍ଭ କରିଛନ୍ତି  । ସେପଟେ ମୃତ ପୂର୍ଣ୍ଣ ଗତ କାଲି ନିଜ ଘରକୁ ଫେରିନିଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିବା ସହ ଫୋନ କରିଥିଲେ  । କିନ୍ତୁ ଫୋନ ରିସିଭ୍ କରିନଥିଲେ ପୂର୍ଣ୍ଣ  । ଆଜି ସକାଳେ ସ୍ଥାନୀୟ ଲୋକଙ୍କଠାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଖବର ପାଇବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି।

ତେବେ ନିର୍ମାଣଧିନ ଡ୍ରେନ ରାସ୍ତା ନିକଟରେ ଚାଲିଥିବା ବେଳେ ଏଠାରେ କୌଣସି ସେଫଟି ୱାଲ ନଥିବା ଯୋଗୁଁ ଗାଡିରେ ଯିବା ବେଳେ ଭିତରେ ପଶିଯିବା ଯୋଗୁଁ ଏଭଳି ଘଟଣା ହୋଇଥିବା ମୃତ ପୁର୍ଣ୍ଣଙ୍କ ଭାଇ ଅଭିଯୋଗ କରିଛନ୍ତି  । ସେପଟେ ଦୀର୍ଘ ଦିନ ଧରି ଏଠାରେ ଓଭରବ୍ରିଜ କାମ ଚାଲୁଛି। କିନ୍ତୁ ଠିକାଦାର  କୌଣସି ଲାଇଟ କିମ୍ବା ସେଫ୍ଟି  ୱାଲ ଏହି ଜାଗାରେ ଲଗାଇନାହିଁ । ଯାହା ଫଳରେ ଏକ ଜୀବନ ଚାଲିଗଲା ବୋଲି ସ୍ଥନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ଠିକାଦାର ଦାୟୀ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.