Below header

ଲୋକଙ୍କୁ ଧୂଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗର ପ୍ରୟାସ, ବଣ୍ଟନ ହେଲା ଉନ୍ନତ ଚୂଲା

ରାଇରଙ୍ଗପୁର(କେନ୍ୟୁଜ୍‌) : ପରିବାର ଲୋକଙ୍କୁ ଧୂଆଁ ଦାଉରୁ ରକ୍ଷା କରିବା ସହ କମ୍‌ କାଠ ବ୍ୟବହାର ନେଇ ବନ ବିଭାଗ କେଣାମ ଓ ଆଖପାଖ ଗାଁରେ ଉନ୍ନତ ଧୂଆଁ ବିହୀନ ଚୂଲା ବଣ୍ଟନ କରିଛି ।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମଣଦା ଦ୍ୱାରା ଶିମିଳିପାଳ ନିକଟସ୍ଥ ଗ୍ରାମଗୁଡ଼ିକରେ ଏହି ଉନ୍ନତ ଚୂଲା ବଣ୍ଟନ କରାଯାଇଛି । ଏହି ଚୂଲା କମ୍‌ ଜାଳେଣୀ ସହ କମ୍‌ ଧୂଆଁ ଦେଉଥିବାରୁ ଏହା ପରିବେଶ ଉପଯୋଗୀ ଅଟେ । ଏହାଦ୍ୱାରା ପରିବେଶ ଓ ଜଙ୍ଗଲ ଉପରେ କମ୍‌ ପ୍ରଭାବ ପକାଇବ ବୋଲି ବନ ବିଭାଗ ପ୍ରକାଶ କରିଛି ।

ଏହି କାର୍ଯ୍ୟକ୍ରମ କେଣାମ ବନ ସୂରକ୍ଷା ସମିତିର ସଭାପତି ଭୀମ ଚରଣ ହାଁସଦା, ଅଚିତ କୁମାର ଗିରି, ରହିଦାସ ନାୟକ,ବିଜୟ କେତନ ବିଶ୍ୱାଳ ଓ ଭାଗ୍ୟବାନ ପାତ୍ରଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । କାର୍ଯ୍ୟକ୍ରମର ମାର୍ଗ ଦର୍ଶନ ଦେଇଥିଲେ ମଣଦା କ୍ଷେତ୍ର ପରିଚାଳନା ମୂଖ୍ୟ ବନବିହାରୀ ସର୍ଦ୍ଦାର ।

ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର ଯୋଗଦେଇ କହିଥିଲେ ଯେ ଗ୍ରାମବାସୀଙ୍କ ସହଯୋଗରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଲକ୍ଷ୍ୟ ସାଧିତ ହୋଇପାରିବ ।  ବୈଦନାଥ ମାଝି, ନବୀନ ଚନ୍ଦ୍ର ନାୟକ, ଲୋକନାଥ ସାହୁ, ତ୍ରିଲୋଚନ ରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.