ଏବେ ବିନା ଇଣ୍ଟରନେଟରେ କରିପାରିବେ ମୋବାଇଲ ଏବଂ କାର୍ଡରୁ ପେମେଣ୍ଟ, କେବଳ ଏତିକି ଟଙ୍କା କରିପାରିବେ ଟ୍ରାଞ୍ଜାକ୍ସନ

ଏବେ ଅଫଲାଇନ ଅର୍ଥାତ୍‌ ବିନା ଇଣ୍ଟରନେଟରେ କାର୍ଡ କିମ୍ବା ମୋବାଇଲ ଜରିଆରେ ପେମେଣ୍ଟ କରିପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଲଟ ଆଧାରରେ ଏହାକୁ କରିବା ପାଇଁ ଅନୁମତି ଦେଇଛନ୍ତି। ଏହା ଜରିଆରେ ଆପଣ ଥରକେ ୨୦୦ ଟଙ୍କା ହିଁ ଟ୍ରାଞ୍ଜାକ୍ସନ କରିପାରିବେ। ପୂର୍ବରୁ ଆପଣ କେବଳ ଇଣ୍ଟରନେଟ ଥିଲେ ହିଁ ପେମେଣ୍ଟ କରିପାରୁଥିଲେ। କିନ୍ତୁ ଏବେ ବିନା ଇଣ୍ଟରନେଟରେ ମଧ୍ୟ ଏହି ସୁବିଧା ଉଠାଇପାରିବେ।

ଆରବିଆଇ ଜାରି କରିଥିବା ଅଧିସୂଚନା ଅନୁସାରେ, ପାଇଲଟ ଯୋଜନା ଅନ୍ତର୍ଗତ ‘ ପେମେଣ୍ଟ ସିଷ୍ଟମ ଅପରେଟର’ ବ୍ୟାଙ୍କ କିମ୍ବା ଅଣବ୍ୟାଙ୍କ, ଅଫଲାଇନ ଡିଜିଟାଲ ମାଧ୍ୟମରେ ଦେଣନେଣ କରିପାରିବେ। ଏପରି ପେମେଣ୍ଟ କରିବା ପାଇଁ ଇଣ୍ଟରନେଟର କୌଣସି ଆବଶ୍ୟକତା ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ଅଧିସୂଚନା ଅନୁସାରେ ଏହି ପାଇଲଟ ଯୋଜନା ଅନୁଯାୟୀ ବ୍ୟବହାରକାରୀ କାର୍ଡ, ଓ୍ଵାଲେଟ କିମ୍ବା ମୋବାଇଲରୁ କରିପାରିବେ। ଏହା ଜରିଆରେ ଆପଣ ଥରକେ ୨୦୦ ଟଙ୍କା ଏବଂ ଦିନକୁ ମୋଟ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେଣନେଣ କରିପାରିବେ। ଏହି ପାଇଲଟ ଯୋଜନା ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ଚାଲିବ।

unnamed

ଯୋଜନା ଅନୁଯାୟୀ ଉପଭୋକ୍ତାଙ୍କ ଦେଣନେଣର ସୁରକ୍ଷା ଇତ୍ୟାଦିକୁ ଧ୍ୟାନରେ ରଖି ଅଫଲାଇନ ମାଧ୍ୟମରେ ଅର୍ନ୍ତନିହିତ ସୁବିଧା ସହିତ ଛୋଟ ଅର୍ଥ ଦେବା ପାଇଁ ଅନୁମତି ମିଳିବାର ପ୍ରସ୍ତାବ ରହିଛି। ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସେବା ନାହିଁ, ସେହି ଅଞ୍ଚଳର ଲୋକମାନଙ୍କ ପାଇଁ ଏହି ଯୋଜନା ବେଶ୍‌ ଉପଯୋଗୀ ହେବ ବୋଲି ଆରବିଆଇ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.