କରୋନା ପରେ ଚୀନରେ ବ୍ୟାପୁଛି ଆଉ ଏକ ନୂଆ ଭାଇରସ, ସଂକ୍ରମଣ ଆଶଙ୍କାରେ ଜାରି ହେଲା ଆଲର୍ଟ

କରୋନା ସଙ୍କଟ ମଧ୍ୟରେ ଚୀନ‌ରୁ ଆସିଥିବା ଆଉ ଏକ ଖବର ପୁଣି ଥରେ ସାରା ବିଶ୍ୱକୁ ଭୟଭୀତ କରିଛି । ଚାଇନାରେ ଆଉ ଏକ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । କରୋନା ପରେ ଚାଇନାରେ ଏକ ନୂତନ ଜୀବାଣୁ ବ୍ୟାପୁଛି ଯେଉଁ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ 7 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ଏବଂ ପ୍ରାୟ 60 ଜଣ ଲୋକ ଅସୁସ୍ଥ ଅଛନ୍ତି । ଏହି ଜୀବାଣୁର ନାମ ହେଉଛି ହୁଆୟାଙ୍ଗଶାନ ବାନୟାଙ୍ଗଭିରସ୍ (Huaiyangshan banyangvirus) । ସାଧାରଣ ଭାଷାରେ ଆପଣ ଏହାକୁ SFTS ବୋଲି ମଧ୍ୟ କହିପାରିବେ ।

ତେବେ ଚୀନ୍‌ର ସରକାରୀ ଗଣମାଧ୍ୟମ ଏହା ବିଷୟରେ ସୂଚନା ଦେଇଛି । ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ଏହି ରୋଗ ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଇନାରେ ଏକ ସତର୍କ ସୂଚନା ଜାରି କରାଯାଇଛି । ସୂଚନା ମୁତାବକ ପୂର୍ବ ଚୀନ୍‌ର ଅନୁହୁ ଏବଂ ଜେଜିଆଙ୍ଗ ପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ଅତି କମରେ ଏହି ଭାଇରସ ପାଇଁ ୭ ଜଣଙ୍କର ମୃତ୍ୟୁ ହୋଇସାରିଛି ।

SFTS Virus: Seven Died 60 victims of new infectious disease in ...

ଉଲ୍ଲେଖଥାଉ କି SFTS ଜୀବାଣୁ ଚୀନ୍ ପାଇଁ ନୂଆ ନୁହେଁ । 2011 ରେ ଏହା ଚାଇନାରେ ଚିହ୍ନଟ ହୋଇଥିଲା, କିନ୍ତୁ କରୋନା ସଙ୍କଟ ମଧ୍ୟରେ ଏହାର ନୂଆ ମାମଲା କିପରି ଆସୁଛି ତାହା ଚିନ୍ତା ବଢ଼ାଇ ଦେଇଛି । ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ ଏହି ସଂକ୍ରମଣ ପଶୁମାନଙ୍କ ଶରୀରରେ ଲାଗିଥିବା ଟିଙ୍କ ପରି ହୋଇଥାଏ ଯାହା ମଣିଷକୁ ବ୍ୟାପିପାରେ । ଆଉ ଥରେ ଏହା ମଣିଷ ଦେହକୁ ଆସିବା ପରେ ଅତି ଦ୍ରୁତ ଗତିରେ ନିଜ କାୟା ବିସ୍ତାର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.