ସାଇବର ଠକାମୀର ଶିକାର ହୋଇ ହରାଇଲେ ୫ ଲକ୍ଷ ୨୦ ହଜାର ୯୯୯ ଟଙ୍କା

ଅବିକଳ ବ୍ୟାଙ୍କ ଆପ ଭଳି ଇଣ୍ଟରଫେସ ଥିବା ଲିଙ୍କ ଅନନ୍ତଙ୍କ ହ୍ଵାଟ୍ସଆପ୍‌ରେ ଦେଇଥିଲେ ସାଇବର ଠକ । ଅନନ୍ତ ସେହି ଆପ୍‌ ଖୋଲିବା ପରେ ଜାଣି ପାରିନଥିଲେ ସେ ଠକାମୀର ଶିକାର ହେଉଛନ୍ତି ବୋଲି। କିନ୍ତୁ ଲିଙ୍କ ଖୋଲି ଯାହା ଇନପୁଟ ମାଗିଲା ସେ ସବୁ ଗୋଟିକ ପରେ ଗୋଟିଏ ଦେଇଚାଲିଥିଲେ । ଆଉ ତାପରେ ତାଙ୍କ ବ୍ୟାଙ୍କ ଖାତାରୁ କଟିଯାଇଥିଲା ୫ଲକ୍ଷ ୨୦ହଜାର ୯୯୯ ଟଙ୍କା ।

କଟକ: ଅବିକଳ ବ୍ୟାଙ୍କ ଆପ ଭଳି ଇଣ୍ଟରଫେସ ଥିବା ଲିଙ୍କ ଅନନ୍ତଙ୍କ ହ୍ଵାଟ୍ସଆପ୍‌ରେ ଦେଇଥିଲେ ସାଇବର ଠକ । ଅନନ୍ତ ସେହି ଆପ୍‌ ଖୋଲିବା ପରେ ଜାଣି ପାରିନଥିଲେ ସେ ଠକାମୀର ଶିକାର ହେଉଛନ୍ତି ବୋଲି। କିନ୍ତୁ ଲିଙ୍କ ଖୋଲି ଯାହା ଇନପୁଟ ମାଗିଲା ସେ ସବୁ ଗୋଟିକ ପରେ ଗୋଟିଏ ଦେଇଚାଲିଥିଲେ । ଆଉ ତାପରେ ତାଙ୍କ ବ୍ୟାଙ୍କ ଖାତାରୁ କଟିଯାଇଥିଲା ୫ଲକ୍ଷ ୨୦ହଜାର ୯୯୯ ଟଙ୍କା । ଏହା ଦେଖି ହତବାକ୍‌ ହୋଇ ରହିଯାଇଥିଲେ ଅନନ୍ତ । ଏଭଳି ଥକାମୀର ଶିକାର ହୋଇଛନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଅନନ୍ତ କୁମାର ମହାରଣା।

ତେବେ ଅନନ୍ତଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ସମୟରେ ତାଙ୍କୁ ଏକ ଫୋନ କଲ୍‌ ଆସିଲା । ତାଙ୍କର ଆକାଉଣ୍ଟ ଥିବା ଏକ ଘରୋଇ ବ୍ୟାଙ୍କରୁ ଏହି କଲ କରାଯାଇଛି ଏବଂ ତାଙ୍କ ର kyc ଅପଡେଟ୍‌ କରିବା ପାଇଁ କୁହାଯାଇଥିଲା । ଅନନ୍ତ ବ୍ୟାଙ୍କକୁ ଯାଇ kyc ଅପଡେଟ୍‌ କରିବେ କହିବାରୁ ତାଙ୍କୁ ଏକ ଲିଙ୍କ ମାଧ୍ୟମରେ ଅନଲାଇନ ଅପଡେଟ୍‌ କରିବା ପାଇଁ ଏକ ଲିଙ୍କ ପଠାଗଲା । ଆଉ ତାପରେ ସେହି ଲିଙ୍କରେ ଯାଇ ଅନନ୍ତ kyc ଅପଡେଟ୍‌ କରି ଶୋଇପଡିଲେ। ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାୟବ ହୋଇଯାଇଛି । ଏନେଇ ଅନନ୍ତ ସାଇବର ଥାନାରେ ଏତେଲା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.